କନକ ବ୍ୟୁରୋ: ମାଲକାନଗିରିରେ ସୀମାରେ ପୁଣି ଏକ ଡ଼ଙ୍ଗା ବୁଡ଼ି ଖବର ସାମ୍ନାକୁ ଆସିଛି । ପର୍ଯ୍ୟଟକ ବୋଝେଇ ମୋଟର ଲଞ୍ଚ ବୁଡ଼ି ୨୩ ଜଣ ଯାତ୍ରୀ ନିଖୋଜ ଥିବା ସୂଚନା ମିଳିଛି । ଆନ୍ଧ୍ରପ୍ରଦେଶ ପୂର୍ବ ଗୋଦାବରୀ ଦେବୀପଟ୍ଟନମ ନଦୀରେ ବୁଡ଼ିଲା ପର୍ଯ୍ୟଟ ବୋଝେଇ ମୋଟର ଲଞ୍ଚ । ତେବେ ଏଥିରେ ୧୧ ଜଣ କର୍ମଚାରାରୀଙ୍କ ସହ ୫୦ଜଣ ଯାତ୍ରୀ ଥିବା ପ୍ରାଥମିକ ସୂଚନାରୁ ହସ୍ତଗତ ହୋଇଛି ।
ସବୁଠାରୁ ବଡ଼କଥା ହେଲା କି, ୫୦ ଜଣ ଯାତ୍ରୀଙ୍କ ସମେତ ଥିବା ୧୧ ଜଣ କର୍ମଚାରୀଙ୍କ ମଧ୍ୟରୁ ୨୭ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ଏବେ ବି ୨୩ ଜଣ ଏଥିରେ ଏବେ ବି ନିଖୋଜ ଥିବା ଜଣାପଡ଼ିଛି । ଅନ୍ୟପଟେ ଘଟଣାସ୍ଥଳରେ ୨ ଏନଡିଆରଏଫ୍ ଟିମ୍ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ତେବେ ରାଜମେହେନ୍ଦ୍ରୀରୁ ପାଣ୍ଡିକୁଣ୍ଡୁଲମ୍ ଅଭିମୁଖେ ଏକ ପ୍ରସିଦ୍ଧ ପର୍ଯ୍ୟଟସ୍ଥଳୀକୁ ଯାଉଥିଲା ଏହି ମୋଟର ଲଞ୍ଚ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/09/ssss.png)