ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ମୋଟରୋଲା ଆଜି ଭାରତରେ MOTO g84 5G ସ୍ମାର୍ଟଫୋନ୍ ଲଞ୍ଚ କରିବାକୁ ଯାଉଛି ।  14 5G ବ୍ୟାଣ୍ଡ ଯୋଗୁଁ ଫୋନର ଇଣ୍ଟରନେଟ୍ ସ୍ପିଡ୍ ସୁପରଫାଷ୍ଟ ହେବ ବୋଲି କମ୍ପାନୀ ଦାବି କରିଛି ।

ମୋଟୋରୋଲା ଫୋନର ଲଞ୍ଚ ପୂର୍ବରୁ ତାର ସମସ୍ତ ଫିଚର ପ୍ରକାଶ କରିଛି।

କମ୍ପାନୀର ଅଫିସିଆଲ୍ ୱେବସାଇଟ୍ ଅନୁଯାୟୀ 6 ନାନୋମିଟର କ୍ୱାଲକମ୍ ସ୍ନାପଡ୍ରାଗନ୍ 695 ପ୍ରୋସେସର୍ ଫୋନର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଁ ବହୁତ ସହାୟକ ହେବ । ଫୋନରେ ଆଉଟ-ଅଫ୍-ବକ୍ସ ଆଣ୍ଡ୍ରଏଡ୍ 13 ଉପଲବ୍ଧ ହେବ । କମ୍ପାନୀ ଆଣ୍ଡ୍ରଏଡ୍ 14 ଅପଡେଟ୍ ଏବଂ 3 ବର୍ଷ ପାଇଁ ସିକ୍ୟୁରିଟି ଅପଡେଟ୍ ପ୍ରଦାନ କରିବାକୁ ଗ୍ୟାରେଣ୍ଟି ଦେଇଛି ।

ଆସନ୍ତୁ ବର୍ତ୍ତମାନ ଫୋନର ପ୍ରଦର୍ଶନ, ସଫ୍ଟୱେର୍, କ୍ୟାମେରା, ବ୍ୟାଟେରୀ ଏବଂ ଅନ୍ୟାନ୍ୟ ଫିଚର ବିଷୟରେ ଜାଣିବା

ମୋଟୋ g84 ସ୍ପେସିଫିକେସନ

ଡିସପ୍ଲେ : MOTO g84 5gରେ 120hz ରିଫ୍ରେସ୍ ରେଟ୍ ସହ 6.55 ଇଞ୍ଚର FHD+ ଡିସପ୍ଲେ ଦିଆଯାଇଛି । 50MP ପ୍ରାଇମେରୀ କ୍ୟାମେରା ସହ ଆଉ 8MPର ଅଲ୍ଟ୍ରା ୱାଇଡ ଆଙ୍ଗଲ୍ ଲେନ୍ସ ଦିଆଯାଇଛି । ସେଲଫି ଏବଂ ଭିଡିଓ କଲିଂ ପାଇଁ ପଞ୍ଚ ହୋଲ ଡିଜାଇନ ସହ 16MPର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି ।

ବ୍ୟାଟେରୀ  ଏବଂ ଚାର୍ଜିଙ୍ଗ :ପାୱାର ବ୍ୟାକଅପ ପାଇଁ ଫୋନରେ 30 watt ଟର୍ବୋପାୱାର ଫାଷ୍ଟ ଚାର୍ଜିଙ୍ଗ ସାପୋର୍ଟ ସହ 5000mAh ବ୍ୟାଟେରୀ ଦିଆଯାଇଛି । ଫୋନ ସହ 30 ୱାଟ ଚର୍ଜାର ପ୍ରଦାନ କରିବ ବୋଲି କମ୍ପାନୀ ପ୍ରତିଶ୍ରୁତି ଦେଇଛି ।

କନେକ୍ଟିଭିଟି : କନେକ୍ଟିଭିଟି ପାଇଁ ଫୋନରେ 14 5g ବ୍ୟାଣ୍ଡ, 4g LTE, 3g, 2g , ବ୍ଲୁଟୁଥ୍ 5.1 , NFC ଏବଂ ଚାର୍ଜିଙ୍ଗ ପାଇଁ USB  ଟାଇପ C ପୋର୍ଟ ଦିଆଯାଇଛି ।

ଆନୁମାନିକ ମୂଲ୍ୟ: ମେଡ଼ିଆ ରିପୋର୍ଟ ଅନୁସାରେ MOTO g84ର ପ୍ରାରମ୍ଭିକ ମୂଲ୍ୟ 22000 ରହିପାରେ । ତେବେ ଫୋନ୍ କେତେ ଭେରିଏଣ୍ଟରେ ଆସିବ ସେ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସୂଚନା କମ୍ପାନୀ ପକ୍ଷରୁ ଦିଆଯାଇନାହିଁ ।