ଗୋପାଳନ କ୍ଷେତ୍ରରେ ନିଆରା ଯୋଗଦାନ...ପରଦାରେ ଅଭିନୟ ପରଶି ଦର୍ଶକଙ୍କୁ ମନୋରଂଜନ ଯୋଗାଉଥିବା ଅଭିନେତା ପାଲଟିଛନ୍ତି ଜଣେ ସଫଳ ଦୁଗ୍ଧ ଚାଷୀ

ଗୋପାଳନ କ୍ଷେତ୍ରରେ ନିଆରା ଯୋଗଦାନ...ପରଦାରେ ଅଭିନୟ ପରଶି ଦର୍ଶକଙ୍କୁ ମନୋରଂଜନ ଯୋଗାଉଥିବା ଅଭିନେତା ପାଲଟିଛନ୍ତି ଜଣେ ସଫଳ ଦୁଗ୍ଧ ଚାଷୀ

କନକ ବ୍ୟୁରୋ: ଅଭିନୟରୁ ଗୋପାଳନ । ପରଦାରେ ଅଭିନୟ ପରଶି ଦର୍ଶକଙ୍କୁ ମନୋରଂଜନ ଯୋଗାଉ ଥିବା ଅଭିନେତା ପାଲଟିଛନ୍ତି ଜଣେ ସଫଳ ଦୁଗ୍ଧ ଚାଷୀ । ଏହି ଅଭିନେତା ଜଣକ ହେଲେ ଅଶୋକ ଦାସ । ଟିଭି ଓ ପରଦାରେ ଅଭିନୟ ପରଶୁଥିବା ଏହି ଅଭିନେତା ଜଣକ ଗୋପାଳନ କରି ଏବେ ଜଣେ ସଫଳ ଦୁଗ୍ଧ ଚାଷୀ ହୋଇ ପାରିଛନ୍ତି ।

publive-image

ଅଭିନେତାରୁ ଦୁଗ୍ଧ ଚାଷୀ । ଗୋପାଳନ କ୍ଷେତ୍ରରେ ନିଆରା ଯୋଗଦାନ । ସକାଳ ହେଲେ ଓଲିଉଡ୍ ଅଭିନେତା ଅଶୋକ ଦାସଙ୍କ ଘର ଆଗରେ ଜମେ ଲୋକଙ୍କ ଭିଡ । ତେବେ ଏହି ଭିଡ ଜମେ ଅଶୋକ ଦାସଙ୍କ ଘରୁ କ୍ଷୀର ନେବା ପାଇଁ । କାରଣ ଜଣେ ସଫଳ ଅଭିନେତା ହେବା ସହ ଜଣେ ସଫଳ ଦୁଗ୍ଧ ଚାଷୀ ଭାବେ ନିଜ ଅଂଚଳରେ ପ୍ରତିଷ୍ଠିତ ହୋଇପାରିଛନ୍ତି ଅଶୋକ ଦାସ । ଅଭିନୟ ପେଶାରୁ ସମୟ କାଢି, ଗୋପାଳନ କ୍ଷେତ୍ରରେ ମନୋନିବେଶ କରିଥିଲେ ଅଶୋକ । ଆଉ ଆଜି ତାଙ୍କର ରହିଛି ଏକ ସ୍ୱତନ୍ତ୍ର ଗାଇ ଫାର୍ମ । ଦିନକୁ ୩୦୦ ଲିଟର କ୍ଷୀର ତାଙ୍କ ଗାଇ ଫାର୍ମରୁ ବାହାରିଥାଏ । ଆଉ ଏହି କ୍ଷୀରକୁ କୌଣସି ସଂସ୍ଥା କି ବ୍ୟବସାୟୀକୁ ଦେବା ବଦଳରେ ସିଧାସଳଖ ଲୋକଙ୍କୁ ବିକ୍ରି କରିଥାନ୍ତି ଅଶୋକ ଦାସ । ପ୍ରତ୍ୟେକ ଦିନ ସକାଳ ସାଢେ ୬ଟା ଓ ସନ୍ଧ୍ୟା ସାଢେ ୬ଟାରେ ତାଙ୍କ ଘରେ ବିକ୍ରି ହୁଏ କ୍ଷୀର ।

publive-image

ଅଭିନୟ ସହ ଗୋପାଳନକୁ ପ୍ରାଧାନ୍ୟ ଦେଇ ଜଣେ ସଫଳ ଦୁଗ୍ଧ ଚାଷୀ ହୋଇପାରିଛନ୍ତି ଅଶୋକ ଦାସ । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚାରେ ରହିଛନ୍ତି । ଅନୁଗୁଳ ସହର ଅମଲାପଡା ଠାରେ ରହିଛି ତାଙ୍କର ଘର । ଯେଉଁଠି ସେ ଖୋଲିଛନ୍ତି ନିଜ ଡ୍ୟାରି ଫାର୍ମ ।

publive-image

ତେବେ ୧୯୯୨ ମସିହାରୁ ଓଡିଆ ଚଳଚ୍ଚିତ୍ର ଜଗତରେ ପାଦ ଥାପନ୍ତି ଅଶୋକ ଦାସ । ପ୍ରତିଶୋଧ ଏକ ଅପରାଧ ନୁହେଁ, ସନ୍ତାନ, ବ୍ୟାଚେଲର, ଏସିପି ସାଗରିକା ଭଳି ସିନେମା ସହ ଲୋକପ୍ରିୟ ଧାରାବାହିକ ‘କଥା କହୁଥିଲେ ସରିବନି’ରେ ନିଖୁଣ ଅଭିନୟ ଭେଟିଦେଇଛନ୍ତି ଅଶୋକ ଦାସ । ବାପା ଗୋପିନାଥ ଦାସଙ୍କ ଇଚ୍ଛାକୁ ପ୍ରାଧାନ୍ୟ ଦେଇ ଗୋପାଳନ କ୍ଷେତ୍ରରେ ମନୋନିବେଶ କଲେ ଅଶୋକ ଦାସ । ଆଉ ଏବେ ୫୦ଟି ଗାଈଙ୍କୁ ନେଇ ଦୁଗ୍ଧ ଚାଷ କରୁଛନ୍ତି । ଏହାସହ ୧୦ରୁ ଅଧିକ ଲୋକଙ୍କୁ କାମଦେଇ ରୋଜଗାର କ୍ଷମ କରିପାରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe