ଖୋଲିଲା ଆଦିତ୍ୟଙ୍କ ସୁଇସାଇଡ୍ ଡାଏରୀ । କାହିଁକି ଆତ୍ମହତ୍ୟାର ବାଟ ବାଛିନେଲେ ମାନବପ୍ରେମୀ ଆଦିତ୍ୟ ? ୪ ପୃଷ୍ଠାର ହାତଲେଖା ଚିଠିରେ ଲେଖିଲେ ମୃତ୍ୟୁର ପୂରା କାହାଣୀ । ପଢନ୍ତୁ ସୁଇସାଇଡ୍ ନୋଟରେ କାହା କଥା କରିଛନ୍ତି ଉଲ୍ଲେଖ ?

3,075

କନକ ବ୍ୟୁରୋ: ଆସିଲା ଆଦିତ୍ୟଙ୍କ ସୁଇସାଇଡ୍ ନୋଟ୍ । ନିଜ ହାତ ଲେଖା ଡାଏରୀରେ ମୃତ୍ୟୁ କାହାଣୀ ଲେଖିଛନ୍ତି ଆଦିତ୍ୟ । କଣ ପାଇଁ ଓ କାହିଁକି କଲେ ଆତ୍ମହତ୍ୟା ? ସୁଇସାଇଡ୍ ନୋଟରେ ଶେଷ କଥା ଲେଖିଛନ୍ତି ଆଦିତ୍ୟ । ତେବେ ପଢନ୍ତୁ କଣ ଲେଖିଥିଲେ ଆଦିତ୍ୟ…

ପ୍ରିୟ ପପୁ, ବିକାଶ ଓ ପିପୁଲ ଫର୍ ସେବାର ଅନ୍ୟ ସଦସ୍ୟମାନେ । ମୃତ୍ୟୁ କେତେବେଳେ କେଉଁ ବାଟରେ ଆସି କାହା ପାଖରେ ପହଁଚିଯାଏ, ସେକଥା କେହି ବି ଜାଣିନାହାନ୍ତି । ଆଜି ଠିକ୍ ସେମିତି ମୋ ପାଖରେ ଆସି ମୃ୍ତ୍ୟୁ ଉପସ୍ଥିତ । କହନ୍ତି କି ଯିଏ ଯେତେଦିନ ପାଇଁ ଏ ଦୁନିଆକୁ ଆସିଛି, ସେତେଦିନ ହିଁ ରହିବ । ମୋର ବି ବୋଧେ ଶେଷ ସମୟ ଆସିଯାଇଛି । ବହୁତ ଆଶା ଥିଲା, ବୃଦ୍ଧାଶ୍ରମ ପାଇଁ ନିଜର ଗୋଟେ ଘର କରିବି ବୋଲି, କିନ୍ତୁ ଭଗବାନ ବୋଧେ ଚାହୁଁନଥିଲେ । ସେ ଯାହା ବି ହେଉ ମୁଁ ଗଲା ପରେ ତୋତେ ଆଉ ବିକାଶକୁ ଏବଂ ପିପୁଲ ଫର ସେବାର ଅନ୍ୟ ସଦସ୍ୟମାନଙ୍କୁ ଆଶ୍ରମର ଦାୟିତ୍ୱ ଲାଗିଲା । ମୁଁ ଚେକରେ ସାଇନ୍ କରିଦେଇଛି, ଟଙ୍କା ଉଠାଇ ଆଶ୍ରମ ଚଳାଉଥିବ । ତା’ପରେ ଲିଗାଲି ସବୁ କାଗଜପତ୍ର ଠିକ୍ କରି ପପୁ ତୁ ଚେୟାରମ୍ୟାନ ଏବଂ ବିକାଶ ତୁ ଟ୍ରେଜରର ପଦରେ ରହି ପିପୁଲ ଫର ସେବାର ଅନୁଷ୍ଠାନକୁ ଚଳାଇବ । ମୋ ଫୋନ ରହିଲା, ସେଥିରେ ସବୁ ନମ୍ବର ଅଛି, ମୁଁ ଗଲା ପରେ ମଧ୍ୟ କିଛି ଅସୁବିଧା ହେବନାହିଁ । ବଂଚି ଥାଉ ଥାଉ ଯାହା କରିପାରିଲି ନାହିଁ, ହୁଏତ ମୁଁ ଗଲା ପରେ ଲୋକଙ୍କ ସହାନୁଭୂତିରେ ମୋର ଶେଷ ଇଚ୍ଛା ବି ପୂରଣ ହୋଇପାରିବ ।

ଆଶ୍ରମ ପାଇଁ ଜମି ଖଣ୍ଡେ କିଣି ଘର ଗୋଟେ ବନେଇବ । ବଡ ନହେଉ ପଛକେ ଛୋଟ ହେଲେ ବି ଉପରୁ ଦେଖି ମୋ ଆତ୍ମା ଶାନ୍ତିି ପାଇବ । ବିକାଶ ମୋ ବାପା ମା ତୋତେ ଲାଗିଲେ । ତାଙ୍କ କଥା ବୁଝିବୁ । ମୋର ୯୮୫୩୬୩୨୦୬୨ରେ ସବୁ କନେକ୍ଟ ଅଛି । ସବୁ ଛାଡିକି ଯାଉଛି, ତତେ କିଛି ଅସୁବିଧା ହେବ ନାହିଁ, ଚଳେଇବା ପାଇଁ … ବାହାଘର ସମୟରେ ୫୦ ହଜାର ଟଙ୍କା ପିଏଫଏସରୁ ଉଠାଇ ମୁଁ ନିଜ ପାଇଁ ଖର୍ଚ୍ଚ କରିଥିଲି । ସବୁ ସୁବିଧା ଦେଖି ଡିପୋଜିଟ କରିଦେବି ଭାବିଥିଲି । । ମୁଁ ସେହି ୫୦ ହଜାର ଭରି ପାରିଲି ନାହିଁ । ମୁଁ ବହୁତ ଦୁଃଖିତ. ଆଶା କରୁଛି ତେତେ ଦେଇଥିବା ୭୦ହଜାର ତୁ ଟାଇମରେ ପିଏଫଏସ ଆକାଉଂଟରେ ଜମା କରିଦେବୁ । ମୋର ଶେଷ ଇଚ୍ଛା ଯେମିତି ହେଲେ ପୁରଣ କରିବ, ଆଶ୍ରମ ପାଇଁ ଜମିଟେ କିଣି ଘରଟିଏ କରିବ । ମୋ ମୋବାଇଲ ଜରିଆରେ ତତେ ସବୁ ସୁବିଧା ହେବ ରନିଂ କରିବା ପାଇଁ । ବାପା,ମାଆ ଲାଗିଲେ ତାଙ୍କ କଥା ବହୁତ ମନେ ପଡୁଛି । ସେ ଆଜି ଘରେ ନାହାଁନ୍ତି, ତାଙ୍କ ମୁହଁକୁ ମୁଁ ଚାହିଁଲେ ଆଉ କିଛି ଭୂଲ ନିଷ୍ପତ୍ତି ନେବା ପାଇଁ ସାହସ ହେବ ନାହିଁ । କାଲି ସକାଳେ ସେ ଆସି ପହଁଚିବେ, ମୁଁ ହୁଏତ ଦୁନିଆରେ ନଥିବି । ମୋ ମୃତ୍ୟୁ ପାଇଁ କେହି ବି ଦାୟୀ ନୁହଁନ୍ତ…

ବୋଧହୁଏ ଏତିକି ଦିନ ହିଁ ମୋର ଆୟୁଷ ଥିଲା । ଶ୍ରୀ ତୁମେ ବହୁତ ଭଲ । ତୁମକୁ ମୋର ବହୁତ ଭଲ ପାଇବା, ଉପରେ ରହି ମୁଁ ତୁମକୁ ବହୁତ ମିସ୍ କରିବି । ବହୁତ କିଛି ଦେଶ ପାଇଁ କରିବାର ଇଚ୍ଛା, ଇଚ୍ଛାରେ ହିଁ ରହିଗଲା । ଏ ଦେଶର ଯୁବକମାନଙ୍କୁ କହିବି, ସରକାର ସହ ପଙ୍ଗା ନେବା ପୂର୍ବରୁ ନିଜକୁ ସବୁ କ୍ଷେତ୍ରରେ ଷ୍ଟ୍ରଙ୍ଗ କରି ଗଢ଼ି ତୋଳ । ନହେଲେ ସେ ତୁମର ବଂଚିବା ମୁସ୍କିଲ କରିଦେବ । ଓଡ଼ିଶାରୁ ମଦ ବନ୍ଦ ହୋଇଗଲେ, ମୋ ଆତ୍ମାକୁ ଚିର ଶାନ୍ତି ମିଳିବ ।

– ଆଦିତ୍ୟ କୁମାର ଦାଶ, ୬ ଜୁଲାଇ ୨୦୨୦