ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମୁହଁ ଖୋଲିଲେ ମୋତିଲାଲ ଗୌଡ । ଆଜି ଭୁବନେଶ୍ୱର ଜେଏମଏଫସି କୋର୍ଟରେ ହାଜର ହେବା ସମୟରେ ଡାକ୍ତର ୪୨୦, କହିଛନ୍ତି ଦୁଇ ମନ୍ତ୍ରୀଙ୍କ ବିବାଦରୁ ଫସିଲି । ତେବେ ଦୁଇ ମନ୍ତ୍ରୀଙ୍କ ନାଁ ନନେଇ ମୋତିଲାଲ ଗୌଡ କହିଛନ୍ତି ଏହି ଦୁଇ ମନ୍ତ୍ରୀଙ୍କୁ ସାମ୍ନାକୁ ଅଣାଯାଉ। ଭିଜିଲାନ୍ସ ଓ କ୍ରାଇମବ୍ରାଂଚ ଏହାର ତଦନ୍ତ କରନ୍ତୁ । ମୋତିଲାଲଙ୍କୁ ଦୁଇଟି ପର୍ଯ୍ୟାୟରେ ରିମାଣ୍ଡରେ ଆଣି ଭିଜିଲାନ୍ସ ଅନେକ ତଥ୍ୟ ପାଇଛି । ସେପଟେ ମୋତିଲାଲଙ୍କ ଅଶୋକ ନଗର ପଂଚମ ଲେନରେ ଥିବା ଶ୍ୱଶୂର ଘରେ ଭିଜିଲାନ୍ସର ସ୍ପେଶାଲ ସ୍କ୍ୱାର୍ଡ ପହଂଚି ପରିବାର ଲୋକଙ୍କୁ ଜେରା କରିଛି।