ମନଦୀପ ସିଂହଙ୍କ ପୁଅକୁ ମାତ୍ର ୩୯ ଦିନ, ୪ ମାସ ପୂର୍ବରୁ ହୋଇଥିଲା ସହିଦ ଗଜ୍ଜନଙ୍କ ବିବାହ, ମନେ ପଡିବେ ଏହି ୫ ସିହିଦ୍ ।

Advertisment
ମନଦୀପ ସିଂହଙ୍କ ପୁଅକୁ ମାତ୍ର ୩୯ ଦିନ, ୪ ମାସ ପୂର୍ବରୁ ହୋଇଥିଲା ସହିଦ ଗଜ୍ଜନଙ୍କ ବିବାହ, ମନେ ପଡିବେ ଏହି ୫ ସିହିଦ୍ ।

କନକ ବ୍ୟୁରୋ: ଜମ୍ମୁ-କାଶ୍ମୀର ପୁଂଛ ସେକ୍ଟରରେ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ୫ଜଣ ଯବାନଙ୍କୁ ଝୁରୁଛି ସାରା ଦେଶ । ଦେଶ ପାଇଁ ପ୍ରାଣବଳି ଦେଇଥିବା ଏହି ୫ଜଣ ସହିଦଙ୍କ ମଧ୍ୟରେ ଅଛନ୍ତି ଜଣେ ଜେସିଓ ଓ ୪ ଯବାନ । ଏମାନେ ହେଉଛନ୍ତି ସିହିଦ ଗଜ୍ଜନ ସିଂହ, ବୈଶାଖ ଏଚ୍, ଜସବିନ୍ଦର ସିଂହ, ମନଦୀପ ସିଂହ ବାହାଦୁର, ସରଜ ସିଂହ । ଜୀବନ ଆରମ୍ଭ କରିବା ପୂର୍ବରୁ ହେଲେ ସହିଦ।

କୁନି ପୁଅ ମୁଣ୍ଡ ଉପରୁ ଉଠିଗଲା ବାପର ହାତ । ଦୁନିଆଁ କ’ଣ ଜଣାଇବା ପୂର୍ବରୁ ଆରପାରିକୁ ଚାଲିଗଲେ ବାପା । ଆମେ କହୁଛୁ ସହିଦ ମନଦୀପ ସିଂହଙ୍କ କଥା । ମନୀପଙ୍କର ମାତ୍ର ୩୯ ଦିନର ପୁଅ । ଘରେ ବୁଢା ବାପା, ମା’ ଓ ୨ ପୁଅଙ୍କ, ସ୍ତ୍ରୀଙ୍କୁ ନେଇ ପରିବାର । ମନଦୀପ ସିହିଦ ହୋଇଯିବା ପରେ ଏବେ ଅସହାୟ ହୋଇପଡିଛନ୍ତି ବାପା ମା’ ଓ ପତ୍ନୀ । ୪ ବର୍ଷ ଓ ମାସର ଦୁଇ କଅଁଳା ପିଲାଙ୍କୁ ନେଇ କେମିତ ଚାଲିବେ ବାଟ ଏହି ଚିନ୍ତାରେ ପତ୍ନୀ ମନଦୀପ କୌର ।

ଅନ୍ୟପଟେ ଆତଙ୍କବାଦୀଙ୍କ ବିରୋଧରେ ମୋର୍ଚ୍ଚା ସମ୍ଭାଳୁଥିବା ଗଜ୍ଜନ ସିଂହ ମଧ୍ୟ ଦେଶ ମାତୃକା ପାଇଁ ସହିଦ ହୋଇଛନ୍ତି । ଆଉ ଏକା କରିଦେଇ ଯାଇଛନ୍ତି ୪ ମାସ ପୂର୍ବରୁ ହାତ ଧରିଥିବା ଜୀବନସାଥୀକୁ । ଏବେ ନିଃସଙ୍ଗ ପତ୍ନୀ ଗୁରୁପ୍ରୀତ ସିଂହଙ୍କ ଆଖିରୁ ବୋହି ଚାଲିଛି ଅବିରତ ଲୁହର ଧାର । ସେହିପରି ପଂଜାବର ସହିଦ ସୁବେଦାର ଜସବିନ୍ଦର ସିଂହ, କେରଳର ବୈଶାଖ ଏଚଙ୍କ ଜନ୍ମଭୂମିରେ ଶୋକର ମାହୋଲ ।

ସହିଦ ଯବାନ ନାୟକ ସୁବେଦାର ଜସବିନ୍ଦର ସିଂ ହେଉଛନ୍ତି ଭାରତୀୟ ସେନାର ପୂର୍ବତନ କ୍ୟାପଟେନ ହରଭଜନ ସିଂଙ୍କ ପୁତ୍ର। ସେ ମନନ ତଲବଣ୍ଡି ଗାଁର ବାସିନ୍ଦା। ଗତକାଲି ଜମ୍ମୁ-କଶ୍ମୀରରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ସେ ସହିଦ ହୋଇଥିଲେ। ଜସବିନ୍ଦରଙ୍କ ଦୁଇ ଭାଇ ଅଛନ୍ତି। ଏହା ସହ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ବାପ‌ା କ୍ୟାପଟେନ ଭାବରେ ସେନାରୁ ଅବସର ନେଇଥିଲେ। ବଡ଼ ଭାଇ ରାଜୀନ୍ଦର ସିଂ ମଧ୍ୟ ଜଣେ ପୂର୍ବତନ ସୈନିକ ଥିଲେ। ନାୟକ ସୁବେଦାର ଜସବିନ୍ଦର ସିଂ ବିବାହିତ ଥିବା ବେଳେ ତାଙ୍କର ଦୁଇଟି ସନ୍ତାନ ଅଛନ୍ତି।

ସେହିଭଳି ସହିଦ ହୋଇଥିବା ସରଜ ସିଂହ ଉତ୍ତରପ୍ରଦେଶର ଶାହାଜାହାନପୁର ଜିଲ୍ଲାର ବାସିନ୍ଦା ଥିଲେ। ତାଙ୍କର ଏଭଳି ହଠାତ ମୃତ୍ୟୁ ହେବା ଖବର ଏବେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

ସୋମବାର ପୁଞ୍ଚର ଜମ୍ମୁ-କଶ୍ମୀରରେ ଘଟିଥିବା ଏହି ଏନକାଉଣ୍ଟରରେ କେବଳ ପଞ୍ଜାବ ଏବଂ ୟୁପିର ଯବାନମାନେ ସହିଦ ହୋଇନାହାଁନ୍ତି, କେରଳର ବୈଶାଖ ଏଚ୍ ମଧ୍ୟ ସହିଦ ହୋଇଛନ୍ତି। ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ହଠାତ୍‌ ଯବାନମାନଙ୍କ ଉପରକୁ ଭୀଷଣ ଗୁଳିଗୋଳା ଚଳାଇବାରୁ ସେ ଗତକାଲି ସହିଦ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe