ପୀଠରେ ଚାଲିିଛି ମାଙ୍କ ନବରାତ୍ରୀ ପୂଜା : ମଣ୍ଡପରେ ମାଙ୍କୁ ଆବାହନ ପାଇଁ ଚାଲିଛି ପ୍ରସ୍ତୁତି ; କରୋନା କଟକଣାରେ ମନ୍ଦିର ଓ ଶକ୍ତି ପୀଠରେ ଚାଲିଛି ନବରାତ୍ରୀ ନୀତି

245

କନକ ବ୍ୟୁରୋ : ଚାଲିଛି ନବରାତ୍ରୀ ପୂଜା । ଆଜି ପଂଚମ ଦିନରେ ନବରାତ୍ରୀର ପଂଚମୀ ପୂଜା ହେଉଛି । ଗଂଜାମ ଜିଲ୍ଲାର ଏକମାତ୍ର ଦୁର୍ଗା ମନ୍ଦିର ମା ଦଶଭୂଜା ଦୁର୍ଗା ମନ୍ଦିରରେ ଚାଲିଛି ନବରାତ୍ରୀ ପୂଜା । ଚଳିତ ବର୍ଷ କରୋନା କଟକଣା ପାଳନ ସହିତ ମାଆଙ୍କ ରୀତିନୀତି ଚାଲୁଥିବାରୁ ଭକ୍ତଙ୍କ ଭିଡ ଦେଖିବାକୁ ମିଳିନି ।
କଟକରେ ପ୍ରସିଦ୍ଧ ଶକ୍ତିପୀଠ ନବରାତ୍ର ଅବସରରେ ଚଳଚଂଚଳ ହୋଇଛି । କରୋନା କଟକଣା ପାଳନ ସହିତ କଟକର ଦୁଇ ପ୍ରସିଦ୍ଧ ଶକ୍ତିପୀଠ କଟକ ଚଣ୍ଡୀ ଓ ଗଡଚଣ୍ଡିଙ୍କର ପୂଜା ନୀତି ଚାଲିଛି । ଆଜି ନବରାତ୍ରର ପଂଚମ ଦିନରେ କଟକ ଚଣ୍ଡିଙ୍କର ରାଜରାଜେଶ୍ୱରୀ ବେଶ ହୋଇଛି । ସେହିପରି ମାଆ ଗଡଚଣ୍ଡିଙ୍କର ଗାୟତ୍ରୀ ବେଶ ହୋଇଛି । କରୋନା କଟକଣା ହେତୁ ଚଳିତ ବର୍ଷ ଶକ୍ତିପୀଠରେ ମାଆଙ୍କ ନବରାତ୍ରୀ ନୀତି ଚାଲିଥିଲେ ମଧ୍ୟ ପ୍ରତିବର୍ଷ ପରି ଭକ୍ତଙ୍କ ଭିଡ ଦେଖିବାକୁ ମିଳିନାହିଁ । ମନ୍ଦିରରେ ଅଳ୍ପ ସଂଖ୍ୟକ ପୂଜକଙ୍କୁ ନେଇ ସଂପନ୍ନ ହେଉଛି ପୂଜା ନୀତି ।