ଭିନ୍ନ ଏକ ମାଆର କାହାଣୀ । ମମତା ଛାଡ଼ି ପାଲଟିଲେ ଦୁର୍ଦ୍ଦାନ୍ତ ମାଓନେତ୍ରୀ

ଭିନ୍ନ ଏକ ମାଆର କାହାଣୀ । ମମତା ଛାଡ଼ି ପାଲଟିଲେ ଦୁର୍ଦ୍ଦାନ୍ତ ମାଓନେତ୍ରୀ

କନକ ବ୍ୟୁରୋ: ଭିନ୍ନ ଏକ ମାଆର କାହାଣୀ । ସାରା ବିଶ୍ୱ ମାତୃ ଦିବସ ପାଳୁଥିବା ବେଳେ ମମତା ଛାଡ଼ି ମାଓ କମାଣ୍ଡର ସାଜିଥିବା ପି.ଭି. କାମେଶ୍ୱରୀଙ୍କ ମୃତଦେହକୁ ସତକାର କରୁଛି ଝିଅ । ପିଭି କାମେଶ୍ୱରୀ ଓରଫ ସ୍ୱରୁପା ଆନ୍ଧ୍ରପ୍ରଦେଶର ଦୁର୍ଦ୍ଦାନ୍ତ ମାଓକମାଣ୍ଡର ୫ ଦିନ ତଳେ କୋରାପୁଟ ଜିଲ୍ଳା ପାଡ଼ୁଆ ଜଙ୍ଗଲରେ ପୋଲିସ ଗୁଳିରେ ଟଳିପଡ଼ିଥିଲେ । ଏମିତି ଏକ ମାଆ ହେଉଛନ୍ତି ଗତ ୮ ତାରିଖରେ ପୋଲିସ ଗୁଳିରେ କୋରାପୁଟ ଜିଲ୍ଳା ପ୍ରାଣ ହରାଇଥିବା ମାଓ ନେତ୍ରୀ ପି.ଭି. କାମେଶ୍ୱରୀ ଓରଫ ସ୍ୱରୁପା ।

publive-image

ସ୍ୱରୁପାଙ୍କ ହସଖୁସିର ପରିବାର ଥିଲା ସ୍ୱାମୀ ଆନ୍ଧ୍ର ପ୍ରଦେଶର ସରକାରୀ ବସରେ କଣ୍ଡକଟର ଚାକିରି କରୁଥିଲେ, ହେଲେ ସମୟର ଚକ ଗଡ଼ିବା ଭଳି ସ୍ୱରୁପାଙ୍କ ଜୀବନର ଗତି ପଥ ମଧ୍ୟ ବଦଳି ଗଲା, ସ୍ୱାମୀଙ୍କ ସହ ବିବାହ ବିଚ୍ଛେଦ ହେଲା, ନିଜର ଏକମାତ୍ର ଝିଅ ସୋମଜଂନୀକୁ ମାତ୍ର ୮ ବର୍ଷ ହୋଇଥିବା ବେଳେ ସେ ଘର ଛାଡ଼ି ଚାଲିଗଲେ । ୧୦ ବର୍ଷ ହେଲା ଏ ଜଙ୍ଗଲରୁ ସେ ଜଙ୍ଗଲକୁ ଘୁରି ବୁଲିଲେ, ମାଓବାଦୀଙ୍କ ମେଳରେ ସାମିଲ ହୋଇ ରକ୍ତ ପିପାଶୁ ପାଲଟିଲେ । ଏକାଧିକ ଅପରାଧରେ ତାଙ୍କ ନାମ ଯୋଡ଼ି ହୋଇଗଲା, ଆରକୁ ବିଧାୟକ ଓ ପୁର୍ବତନ ବିଧାୟକ ହତ୍ୟା ମାମଲାରେ ମଧ୍ୟ ତାଙ୍କ ନାମ ଯୋଡ଼ି ହୋଇଗଲା ।

publive-image

ପୋଲିସ ତାଙ୍କ ନାମରେ ୬ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରିଥିଲା । ମାଆ ସିନା ମାଓ ସଂଗଠନରେ ସାମିଲ ହୋଇଥିଲେ କିନ୍ତୁ ଏକମାତ୍ର ଝିଅ ୧୮ ବର୍ଷ ବୟସ ନିଜ ମାଉସୀ ପାଖରେ ରହି ଯୁକ୍ତ ୩ ବିଜ୍ଞାନରେ ପାଠ ପଡ଼ୁଛି । କ୍ୟାମେରା ସାମନାରେ କିଛି କହୁନାହିଁ କିନ୍ତୁ ନିଜ ଛାତି ତଳେ ମାଆ ଛବିକୁ ନେଇ ମମତାକୁ ଖୋଜୁଛି । ଜନ୍ମ କରିବା ମାଆ ସିନା ପର କରି ଛାଡ଼ି ଆସିଥିଲା ଝିଅକୁ ହେଲେ ଝିଅ ମାଆକୁ ଭୁଲି ପାରିନି । ଯେଉଁଠି ମାତୃ ଦିବସରେ ରାସା ଦେଶ ମାଆଙ୍କର ପୂଜା କରୁଥିବା ବେଳେ ମାଆର ଶବକୁ ନେଇ ସତକାର କରିଛି ସୋମଜଂନୀ ।

publive-image

ପୋଲିସ ଗୁଳିରେ ମୃତ ହୋଇଥିବା ସମସ୍ତ ନକ୍ସଲଙ୍କ ଶବ ବ୍ୟବଚ୍ଛେଦ ହୋଇଥିବା ବେଳେ, ସେମାନଙ୍କ ୩ ଜଣଙ୍କର ପରିଚୟ ମିଳିପାରିଛି, ସେମାନେ ହେଲେ ପି.ଭି କାମେଶ୍ୱରୀ, ଗୀତା, କ୍ରୀଷ୍ନା ଯାହାକି ପରିବାରକୁ ହସ୍ତାନ୍ତର କରାଯାଇଛି, ଆହୁରି ୨ ଜଣଙ୍କର ଶବ ଜି ସତିବାବୁ ଓ ବିଡ଼ିକା ଲକ୍ଷ୍ମୀଙ୍କ ଶବକୁ ଦାବିଦାର ନ ଆସିବାରୁ ଶବ ଗୃହରେ ରଖାଯାଇଛି ।ଏହି ଏନକାଉଂଟର ଫେକ ନା ରିୟଲ ତାକୁ ଜାଣିବା ପାଇଁ କୋରାପୁଟରେ ଡ଼େରା ପକାଇଛନ୍ତି ଆନ୍ଧ୍ର ପ୍ରଦେଶର ସିଭିଲ ଲିବର୍ଟି କମିଟିର ସଦସ୍ୟ ମାନେ । ପୋଲିସ ଆଗକୁ ଆହୁରି କୁମ୍ବିଂ ଅପେରେସନ ଜୋରଦାର କରାଯିବ କହୁଥିବା ବେଳେ ସିଭିଲ କମିଟି ଏହାକୁ ପୋଲିସର ଚାଲ ବୋଲି କହୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe