ବିଶ୍ୱ ମାତୃତ୍ୱ ଦିବସ ଉପଲକ୍ଷେ ରିଲିଜ ହେଲା ରେଡିଓ ଚକଲେଟର ନୂଆ ଗୀତ “ବୋଉଲୋ”

77

ନିକଟରେ ଓଡିଶାର ନମ୍ବର ୱାନ ରେଡିଓ ଷ୍ଟେସନ ୧୦୪ ଏଫଏମ ନିଜର ୧୧ ତମ ଆନିଭର୍ସାରୀ ପାଳନ କରିଛି । ଭିନ୍ନ ଭିନ୍ନ ପୋଗ୍ରାମ ଏବଂ ମନଛୁଆଁ ଗୀତରେ ରେଡିଓ ଚକଲେଟ ସର୍ବଦା ସ୍ରୋତାଙ୍କର ଖୁବ ମନୋରଞ୍ଜନ କରିଆସିଛି । ନିକଟରେ ରେଡିଓ ଚକଲେଟ ‘ମଦର୍ସ ଡେ’ ଉପଲକ୍ଷେ ଆଉ ଏକ ନୂଆ ଗୀତ ଦର୍ଶକଙ୍କୁ ଭେଟି ଦେଇଛି । ଗୀତର ଟାଇଟଲ ରହିଛି ‘ବୋଉଲୋ’ । ଗୀତଟିକୁ କମ୍ପୋଜ ଏବଂ କଣ୍ଠଦାନ କରିଛନ୍ତି ସୌମିତ୍ରୀ ପଲାଇ । ଗୀତର ଲିରିକ୍ସ ଖୁବ ହୃଦୟ ସ୍ପର୍ଶୀ ରହିଛି ।

ଯାହାକୁ ଶୁଣିବା ମାତ୍ରେ ଆପଣ ନିଶ୍ଚିତ ଆପଣଙ୍କ ମା’ଙ୍କୁ ମନେପକାଇବେ । ଗୀତକୁ ସୋସିଆଲ ମିଡିଆ ୟୁ-ଟ୍ୟୁବରେ ରିଲିଜ କରାଯାଇଛି । ଗୀତଟିକୁ ମାନସ ପଢିଆରୀ ଲେଖିଥିବା ବେଳେ ଦର୍ଶକଙ୍କୁ ଏହା ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।