କନକ ବ୍ୟୁରୋ : ମାଆ ଆଖିରୁ ଶୁଖୁନି ଲୁହ । ମନରେ କୋହକୁ ଚାପି ରଖି ଗାଁ ଦାଣ୍ଡରେ ବୁଲି ବୁଲି କାନି ପତେଇ ମାଗୁଛି ଭିକ । ମା’ର ମୁହଁରେ ଗୋଟିଏ କଥା ମୋ ପୁଅ ଗଣେଶକୁ ବଂଚାଇ ଦିଅ । ମୋତେ ସାହାଯ୍ୟ କର । କେନ୍ଦ୍ରାପଡା ବାଳକାଟି ପଞ୍ଚୟତ ବଡଆଙ୍କେ ଗାଁର ଗଣେଷ ଧଳ । ଯୁବ ଅବସ୍ଥାରେ ଶଯ୍ୟାଶାୟୀ ହୋଇପଡିଛନ୍ତି । ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ହୋଇଥିବାବେଳେ କିଡନୀ ନଷ୍ଟ ହେବାପରେ ଏବେ ଜୀବନ ସହ ସଂଘର୍ଷ କରୁଛନ୍ତି । ଘରଦ୍ୱାର ଯାହାଥିଲା ସବୁ ବିକ୍ରିବଟା ହୋଇସାରିଛି । ଚିକତ୍ସା ପାଇଁ ଦରକାର ଅଧିକ ଅର୍ଥ । ଆଉ ଏହି ଅର୍ଥ ଯୋଗାଡ କରିବାକୁ ବାହାରିପଡିଛନ୍ତି ଗଣେଶଙ୍କ ମାଆ । ଅର୍ଥ ଆସିଲେ ପୁଅର କିଡନୀ ପ୍ରତିରୋପଣ କରାଯିବ । ଏହି ଆଶା ନେଇ ଆଖିର ଲୁହ କାନିରେ ପୋଛି ଗାଁ ଦାଣ୍ଡରେ ବୁଲି ବୁଲି ଭିକ୍ଷା କରୁଛି ମା’ ।

Advertisment

ସ୍ୱାମୀ ଗଣେଶଙ୍କୁ ବଂଚାଇବା ପାଇଁ ସ୍ତ୍ରୀ ମଧ୍ୟ ପ୍ରସ୍ତୁତ । ନିଜର ଦୁଇ କିଡନୀ ଦେବାକୁ ଆଗେଇ ଆସିଛନ୍ତି ଗଣେଶଙ୍କ ସ୍ତ୍ରୀ । ହେଲେ ଚିକତ୍ସାରେ ଲାଗିବ ଆହୁରି ୨୦ଲକ୍ଷ ଟଙ୍କା । ଏନେଇ ବିଭି୍ନ୍ନ ସ୍ଥାନରେ ସହଯୋଗ ଆଶା କରିଛନ୍ତି ପୁରା ପରିବାର ।

ଗଣେଶଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଏହି ଠିକଣାରେ ଯୋଗାଯୋଗ କରିପାରିବେ ।

MITALI DHAL

FEDERAL BANK, PATTAMUNDAI

AC-21590100062996

IFSC CODE-FDRL0002159

PHPAY--6282152826

ରୋଗଶଯ୍ୟାରେ ପଡିଥିବା ଗଣେଶଙ୍କ ପାଇଁ ଜନ୍ମକଲା ମା’ ବୁଲି ମୁଲି ଭିକ୍ଷା ମାଗୁଥିବା ବେଳେ ପ୍ରଶାସନ ପକ୍ଷରୁ କିଛି ସାହାଯ୍ୟ ସହଯୋଗ କରାଯାଇପାରିଲେ ତାଙ୍କୁ ଏକ ନୂଆ ଜୀବନ ମିଳିପାରନ୍ତା ।