ଟିକେଟ୍ ମିଳିବା ପରେ ପ୍ରଚାର ମଇଦାନରେ ପ୍ରାର୍ଥୀ: ଚିକିଟି ନିର୍ବାଚନ ମଣ୍ଡଳୀରେ ଯୁବରାଜଙ୍କ ସହ ପ୍ରଚାର କଲେ ମା’ ଉଷା ଦେବୀ

198

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସରଗରମ ହେଲାଣିି ପ୍ରଚାର । ଟିକେଟ୍ ମିଳିବା ପ୍ରାର୍ଥୀମାନେ ପ୍ରଚାର ଟମଇଦାନକୁ ଓହ୍ଲାଇଲେଣି । ଗଂଜାମ ଜିଲ୍ଲାର ଚର୍ଚିତ ନିର୍ବାଚନ ମଣ୍ଡଳି ଚିକିଟି ମା’ ପୁଅ ପ୍ରଚାର କରୁଛନ୍ତି । ବିଜେଡି ପ୍ରାର୍ଥୀ ତଥା ଚିକିଟି ଗଡର ଯୁବରାଜ ଚିନ୍ମୟ ସ୍ୱରୁପ୍ ଦେବ୍, ମା’ ଉଷା ଦେବୀଙ୍କ ସହ ମିଶି ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି । ଦିର୍ଘ ବର୍ଷ ଧରି ଚିକିଟି ନିର୍ବାଚନ ମଣ୍ଡଳିରେ ଚିକିଟି ରାଜ ପରିବାରର ଦବ୍ଦବା ରହିଛି । ଚିକିଟି ରାଣୀ ଉଷା ଦେବୀ ଦୀର୍ଘ ୨୫ ବର୍ଷ ଧରି ବିଧାୟିକା ରହିଛନ୍ତି । ଏପରିକି ସେ ରାଜ୍ୟର ସରକାରଙ୍କ ମନ୍ତ୍ରୀମଣ୍ଡଳରେ ସାମିଲ ଥିଲେ । ଏବେ ବିଜେଡି ଦଳ ପକ୍ଷରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଦଳ ଉଷା ଦେବୀଙ୍କ ପୁଅ ଚିନ୍ମୟ ସ୍ୱରୁପ୍ ଦେବ୍ ଉପରେ ଭରସା କରିଛି । ପୁଅକୁ ଟିକେଟ ମିଳିବା ପରେ ମାଆ ପୁଅ ମିଶି ପ୍ରଚାର କରୁଛନ୍ତି । ୨୦୧୯ରେ ପୁଅ ମାଆଙ୍କ ପାଇଁ ପ୍ରଚାର କରୁଥିଲେ । ଏବେ ପୁଅ ପାଇଁ ଷ୍ଟାର ପ୍ରଚାରକ ସାଜିଛନ୍ତି ମାଆ ଉଷା ଦେବୀ । ଚିକିଟି ରାଜ ପରିବାରର ପ୍ରତ୍ୟେକ କାର୍ଯ୍ୟର ଶୁଭ କଳବାଡ ପଂଚାୟତରୁ ଆରମ୍ଭ କରୁଥିବା ବେଳେ ନିର୍ବାଚନ ପ୍ରଚାର ମଧ୍ୟ ଏହି ପଂଚାୟତରୁ ଆରମ୍ଭ କରିଛନ୍ତି ।