ହଜିଗଲା ବାତ୍ସଲ୍ୟ…! ଅତି ନିର୍ଦ୍ଦୟ ଭାବେ ୧୫ ମାସ ହାତଗୋଡ ବାନ୍ଧି ଶିଶୁକୁ ମାଡ ମାରିଲା ମାଆ । କ୍ୟାମେରାରେ କଏଦ ଲୋମଟାଙ୍କୁରା ଚିତ୍ର

1,483

କନକ ବ୍ୟୁରୋ: ହଜିଯାଇଛି ବାତ୍ସଲ୍ୟ ।  ଅତି ନିର୍ଦ୍ଦୟ ଭାବେ ୧୫ ମାସ ଶିଶୁର ହାତଗୋଡ  ବାନ୍ଧି ତଳେ ପକାଇ  ଶିଶୁଟିକୁ ମାଡ ମାରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।  ପାରିବାରିକ କଳହ ଯୋଗୁଁ  ମା ଏଭଳି ନିର୍ଦ୍ଦୟ ପାଲଟିଥିବା ଜଣାପଡିଛି । ପୁରୀ ଜିଲ୍ଲା ଗୋପ ଥାନା ପାଇକସାହି ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।

ଖବର ଅନୁସାରେ,  ଏହି ଗାଁର ଜନୈକ ବ୍ୟକ୍ତି ବାହାରେ ରହି ବ୍ୟବସାୟ କରିନ୍ତି । ଘରେ ତାଙ୍କ ସ୍ତ୍ରୀ , ବାପା ମାଙ୍କୁ ମାଡ ମାରୁଥିବାର  ଜାଣିବା ପରେ  ସେ ଥାନାର ଦ୍ୱାରସ୍ଥ ହୋଇଥିଲେ ।  ପୁଲିସ ନ୍ୟାୟ ଦେବା ପରିବର୍ତେ  ବୁଝାସୁଝା କରି ଛାଡିଦେଇଥଇଲା  । ପରେ ସଂପୃକ୍ତ ବ୍ୟକ୍ତି  କୋର୍ଟର ଦ୍ୱାରସ୍ଥ ହୋଇଥିଲେ ।  କୋର୍ଟ ପୁଲିସକୁ କାର୍ଯ୍ୟାନୁଷ୍ଠାନ  ନେବାକୁ ନିର୍ଦ୍ଦେଶ ଦେଇଥିଲୋ କିନ୍ତୁ ପୁଲିସ କିଛି ଶୁଣିନଥିଲା ।  ପରେ ପତ୍ନୀଙ୍କ ଅଜାଣତରେ  ଘରେ ଏକ ସିସିଟିଭି ଲଗାଇଥିଲେ ।  ଆଉ ଘରକୁ ଫେରି  ସିସିଟିଭି ଯାଂଚ କଲାପରେ ଏଭଳି ଘଟଣାସାମ୍ନାକୁ  ଆସିଛି ।