କନକ ବ୍ୟୁରୋ: ହଜିଯାଇଛି ବାତ୍ସଲ୍ୟ । ଅତି ନିର୍ଦ୍ଦୟ ଭାବେ ୧୫ ମାସ ଶିଶୁର ହାତଗୋଡ ବାନ୍ଧି ତଳେ ପକାଇ ଶିଶୁଟିକୁ ମାଡ ମାରୁଥିବା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି । ପାରିବାରିକ କଳହ ଯୋଗୁଁ ମା ଏଭଳି ନିର୍ଦ୍ଦୟ ପାଲଟିଥିବା ଜଣାପଡିଛି । ପୁରୀ ଜିଲ୍ଲା ଗୋପ ଥାନା ପାଇକସାହି ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।
ଖବର ଅନୁସାରେ, ଏହି ଗାଁର ଜନୈକ ବ୍ୟକ୍ତି ବାହାରେ ରହି ବ୍ୟବସାୟ କରିନ୍ତି । ଘରେ ତାଙ୍କ ସ୍ତ୍ରୀ , ବାପା ମାଙ୍କୁ ମାଡ ମାରୁଥିବାର ଜାଣିବା ପରେ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ ନ୍ୟାୟ ଦେବା ପରିବର୍ତେ ବୁଝାସୁଝା କରି ଛାଡିଦେଇଥଇଲା । ପରେ ସଂପୃକ୍ତ ବ୍ୟକ୍ତି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ପୁଲିସକୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲୋ କିନ୍ତୁ ପୁଲିସ କିଛି ଶୁଣିନଥିଲା । ପରେ ପତ୍ନୀଙ୍କ ଅଜାଣତରେ ଘରେ ଏକ ସିସିଟିଭି ଲଗାଇଥିଲେ । ଆଉ ଘରକୁ ଫେରି ସିସିଟିଭି ଯାଂଚ କଲାପରେ ଏଭଳି ଘଟଣାସାମ୍ନାକୁ ଆସିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2020/08/29-6.jpg)
/kanak/media/post_attachments/wp-content/uploads/2020/08/vlcsnap-2020-08-16-14h36m33s106.png)