୨ ବର୍ଷର କୁନି ଝିଅର ଜୀବନ ନେଲା ମା’ । ମମତା ଉପରେ ଭାରି ପଡିଲା ପରିବାର କଳି!

157

କନକ ବ୍ୟୁରୋ: ପାରିବାରିକ କଳହକୁ ନେଇ ନିଜ ୨ ବର୍ଷର ଶିଶୁକୁ ଜନ୍ମକଲା ମା’ ମାରିଦେଇଥିବା ଅଭିଯୋଗ । ଏପରି ଅଭାବନୀୟ ଖବର ଆସିଛି ଝାରସୁଗୁଡ଼ା ଜିଲ୍ଲା ଲଖନପୁର ଅଂଚଳରୁ । ୨ ବର୍ଷ ଶିଶୁକନ୍ୟାକୁ ବେକ ଓ ନାକ ଚିପି ମା’ହତ୍ୟା କରିଥିବା ଅଭିଯୋଗ ହୋଇଛି । ଲଖନପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚିି ଶବ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଛି ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଶିଶୁ କନ୍ୟା ଶିବାନୀ, ମା’ ଝରଣା ଓ ଶିବାନୀଙ୍କ ଜେଜେବାପା ଘରେ ଥିବା ବେଳେ ବାପା ବିଦ୍ୟାଧର ବାଗ ଦିନ ମଜୁରୀ ପାଇଁ ଯାଇଥିଲେ । ସେପଟେ ବିଦ୍ୟାଧରଙ୍କ ସ୍ତ୍ରୀ ଶିବାନୀ ଗାଧୋଇବାକୁ କହି ବାହାରିଯାଇଥିଲେ । ଏପଟେ ଶିଶୁଟି ଅଚେତ ହୋଇପଡ଼ିଥିବା ଦେଖି ତାକୁ ପରିବାର ଲୋକ ତୁରନ୍ତ ହସ୍ପିଟାଲ ନେଇଥିଲେ ବି ତାକୁ ବଞ୍ଚାଯାଇପାରିନଥିଲା । ଅଭିଯୁକ୍ତ ମହିଳାଙ୍କୁ ପୋଲିସ୍ ଛତିଶଗଡ଼ ଓ ଓଡ଼ିଶା ସୀମାନ୍ତ କନକତୋରା ଠାରୁ ଗିରଫ କରିଛି ।