କନକ ବ୍ୟୁରୋ : ଟୋକିଓ ଠାରେ ଚାଲିଥିବା ବିଶ୍ୱ ବ୍ୟାଡମିଣ୍ଟନ ଚାମ୍ପିଅନସିପରେ କିଛି ଅଜବ ଦୃଶ୍ୟ ଦର୍ଶକମାନଙ୍କୁ ରୋମାଞ୍ଚିତ କରିଛି । ଏଠାରେ ଖେଳା ଯାଉଥିବା ଏକ ଡବଲ୍ସ ମ୍ୟାଚରେ ପଡିଆକୁ ଓହ୍ଲାଇଥିଲେ ୬୪ ବର୍ଷୀୟା ମା ସ୍ୱେତଲାନା ଓ ତାଙ୍କ ୩୩ ବର୍ଷିୟ ପୁଅ ମୀସା ।

Advertisment

କେବଳ ମା ଓ ପୁଅ ଏକା ସାଂଗରେ ମ୍ୟାଚ ଖେଳି ନଥିଲେ ସେମାନଙ୍କ ଯୋଡି ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ମଧ୍ୟ ହୋଇଛନ୍ତି । ଇସ୍ରାଇଲ ପାଇଁ ଖେଳୁଥିବା ଏହି ମା’ପୁଅ ଯୋଡି ମିଶରର ଅଦମ ହେତମ ଓ ଦୋହା କେ ହୋନୀ ଯୋଡିକୁ ୧୬-୨୧, ୨୧-୧୮, ୨୧-୧୧ ସେଟରେ ପରାଜିତ କରିଛନ୍ତି । ଏହି ମ୍ୟାଚ ଜିତିବା ପରେ ସ୍ୱେତଲାନା ନିଜ ନାମରେ ଏକ ବଡ ରେକର୍ଡ କରିବାରେ ସକ୍ଷମ ହୋଇଛନ୍ତି ।

କହିରଖୁ କି ଚଳିତ ବିଶ୍ୱକପ୍ ବେଡମିଣ୍ଟନ ଚାମ୍ପିଅନସିପରେ ମ୍ୟାଚ ଜିତିଥିବା ଖେଳାଳୀଙ୍କ ମଧ୍ୟରୁ ସ୍ୱେତଲାନା ସବୁଠାରୁ ବୟସ୍କ ଖେଳାଳୀ । ଏହା ପୂର୍ବରୁ ଥରେ ଆମେରିକାର ୬୫ ବର୍ଷିୟ ବ୍ୟାଡମିଣ୍ଟନ ଖେଳାଳୀ ମାଥ୍ୟୁ ଫୋଗର୍ଟି ମଧ୍ୟ ମ୍ୟାଚ ଖେଳିଛନ୍ତି । ସେ ମିକ୍ସଡ ଡବଲସରେ ଖେଳୁଥିବା ବେଳେ ଆହତ କାରଣରୁ ଅବସର ନେଇଥିଲେ । ତେଣୁ ମ୍ୟାଚରେ ବିଜୟୀ ହୋଇଥିବା ବୟସ୍କ ଖେଳାଳୀଙ୍କ ମଧ୍ୟରୁ ସବୁଠାରୁ ଆଗରେ ରହିଛନ୍ତି ସ୍ୱେତଲାନା ।

ସୂଚନା ଥାଉକି ଏବେ ଅଧିକ ବୟସରେ ବ୍ୟାଡମିଣ୍ଟନ କୋର୍ଟକୁ କାହିଁକି ସ୍ୱେତଲାନା ଓହ୍ଲାଇଲେ ବୋଲି ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି କି , ବାସ୍ତବରେ ତାଙ୍କ ପୁଅ ମୀସାଙ୍କୁ କୌଣସି ପାର୍ଟନର ନମିଳିବାରୁ ସେ ନିଜେ ପୁଅ ସହ ଖେଳିବାକୁ କୋର୍ଟକୁ ଓହ୍ଲାଇଥିଲେ ।

ସେପଟେ କୁହାଯାଉଛି କି, ସ୍ୱେତଲାନା ହେଉଛନ୍ତି ପୁଅ ମେସୀଙ୍କର ପ୍ରଶିକ୍ଷକ । ସେ ମେସୀଙ୍କୁ ଦୈନିକ ୪ ଘଂଟା ଅଭ୍ୟାସ କରାଇଥାନ୍ତି । ଏହାସହ ସେ ଆଗାମୀ ଟୁର୍ଣ୍ଣାମେଣ୍ଟରେ ବି ପୁଅ ସହ ପଡିଆକୁ ଓହ୍ଲାଇବେ ବୋଲି କହିଛନ୍ତି । ସେ ପୁଅ ସହ ମିଳିତ ଭାବେ ଅଲିମ୍ପିକ ଖେଳିବା ।