ଡାକ୍ତରଖାନାରେ ଜନ୍ମ ନେଲା ନବଜାତ ଶିଶୁ ! ବେହୋସ ହୋଇଗଲେ ୨ନର୍ସ ଏବଂ ଜଣେ ମହିଳା କର୍ମୀ, ହେଲେ କାହିଁକି ?

Advertisment
ପେଟ ଯନ୍ତ୍ରଣା ସହି ନପାରି ଡାକ୍ତରଖାନା ଗଲେ ରୋଗୀ । ଏକ୍ସ-ରେ ରିପୋର୍ଟରେ ଜଣା ପଡ଼ିଲା ପେଟରେ ଅଛି ଷ୍ଟିଲ୍ ଗ୍ଲାସ୍ ।

hindi.oneindia.com

ଉତ୍ତରପ୍ରଦେଶର ଗାଜିଆବାଦରେ ଦୁଇ ଜଣ ନର୍ସ ଏବଂ ଜଣେ ମହିଳା କର୍ମୀ ବେହୋସ ହୋଇଯିବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଜଣେ ଗର୍ଭବତୀ ମହିଳାଙ୍କ ପ୍ରସବ କରାଇବା ପରେ ଏହି ୩ଜଣ ବେହୋସ ହୋଇ ଯାଇଥିବା ଜାଣିବାକୁ ମିଳିଛି । ମହିଳାଜଣଙ୍କ ଏଚଆଇଭି ରୋଗୀ ବୋଲି ଜାଣିବା ପରେ ସଂକ୍ରମଣ ହେବା ଡ଼ରରେ ସେମାନେ ବେହୋସ ହୋଇଥିବା ସାମ୍ନାକୁ ଆସିଛି । ଅନ୍ୟପକ୍ଷରେ ଏହି ଖବରରେ କୌଣସି ସତ୍ୟତା ନାହିଁ ବୋଲି ଡ଼ାକ୍ତରଖାନା ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ, ଜଣେ ଗର୍ଭବତୀ ଏଚଆଇଭି ପୀଡ଼ିତାଙ୍କୁ ପ୍ରସବ ପାଇଁ ଅଣା ଯାଇଥିବା ବେଳେ ତାଙ୍କ ଅବସ୍ଥା ଗମ୍ଭୀର ଥିବାରୁ ତୁରନ୍ତ ତାଙ୍କୁ ପ୍ରସବ ପାଇଁ ପଠା ଯାଇଥିଲା । ହେଲେ, ତାଙ୍କର ପ୍ରସବ କରାଇବା ପରେ ପୀଡ଼ିତାଙ୍କ ପରିବାର ଲୋକେ ପ୍ରସବ ଦାୟିତ୍ୱରେ ଥିବା ନର୍ସଙ୍କୁ ପୀଡ଼ିତାଙ୍କ ମେଡ଼ିକାଲ ରିପୋର୍ଟ ଦେଇଥିଲେ । ଯାହା ପରେ ପୀଡ଼ିତା ଜଣକ ଏଚଆଇଭି ରୋଗୀ ବୋଲି ସାମ୍ନାକୁ ଆସିଥିଲା । ପୀଡ଼ିତାଜଣଙ୍କ ଏଚଆଇଭି ରୋଗୀ ବୋଲି ଜଣା ପଡ଼ିବା ପରେ ସଂକ୍ରମଣ ଡ଼ରରେ ସେଠାରେ ଥିବା ଦୁଇ ଜଣ ନର୍ସ ଏବଂ ଜଣେ ମହିଳା କର୍ମୀ ବେହୋସ ହୋଇ ତଳେ ପଡ଼ି ଯାଇଥିବା ଖବର ଆସିଥିବା ବେଳେ ଡ଼ାକ୍ତରଖାନା ପକ୍ଷରୁ ଏହାକୁ ଅସ୍ୱୀକାର କରା ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe