ପାଣି କାଢୁକାଢୁ କୁଅରେ ଖସିଯାଇଥିଲା ବୃଦ୍ଧା ମାଆଙ୍କ ପାଦ, ମାଆକୁ ବଞ୍ଚାଇବାକୁ ଯାଇ କୁଅରେ ଫସିଗଲା ପୁଅ । ଦୀର୍ଘ ସମୟ ପରେ ଗାଁ ଲୋକଙ୍କ ସହାୟତାରେ ଅଗ୍ନିଶମବାହିନୀ କଲା ଉଦ୍ଧାର । 

ପାଣି କାଢୁକାଢୁ କୁଅରେ ଖସିଯାଇଥିଲା ବୃଦ୍ଧା ମାଆଙ୍କ ପାଦ, ମାଆକୁ ବଞ୍ଚାଇବାକୁ ଯାଇ କୁଅରେ ଫସିଗଲା ପୁଅ । ଦୀର୍ଘ ସମୟ ପରେ ଗାଁ ଲୋକଙ୍କ ସହାୟତାରେ ଅଗ୍ନିଶମବାହିନୀ କଲା ଉଦ୍ଧାର । 

କନକ ବ୍ୟୁରୋ: କୁଅରୁ ପାଣି କାଢିବା ବେଳେ ଖସିଗଲା ବୃଦ୍ଧ ମାଆ । ଗୋଡ ଖସିବାରୁ ମାଆ କୁଅରେ ପଡିଯିବା ଦେଖି ଉଦ୍ଧାର କରିବାକୁ କୁଅକୁ ଡେଇଁ ପଡିଥିଲା ପୁଅ । ଫଳରେ ମାଆ-ପୁଅ ଦୁହେଁ କୁଅରେ ଫସି ଯାଇଥିଲେ । ଘଟଣାଟି ଘଟିଛି ଛତ୍ରପୁର କୁମ୍ଭାରପଲ୍ଲୀ ସାହିରେ । ପାଖ ପଡେଶୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା ଛତ୍ରପୁର ଅଗ୍ନିଶମ ବାହିନୀ । ଗାଁ ଲୋକଙ୍କ ସହାୟତାରେ ମାଓ ପୁଅକୁ ଗଭୀର କୁଅରୁ ଉଦ୍ଧାର କରିଛନ୍ତି ।

ତେବେ ବନ୍ୟା ଭିତରେ ଓଡ଼ିଶା ମୁକାବିଲା କରୁଥିବା ବେଳେ ହଠାତ୍ ଏଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଲା ହେଲେ ଅଗ୍ନିଶମ କର୍ମଚାରୀଙ୍କ ତ୍ୱରାନିତ ପଦକ୍ଷେପ ଯୋଗୁଁ ଉଭୟ ମାଆ-ପୁଅଙ୍କ ଜୀବନ ବଞ୍ଚି ଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe