କନକ ବ୍ୟୁରୋ: କୁଅରୁ ପାଣି କାଢିବା ବେଳେ ଖସିଗଲା ବୃଦ୍ଧ ମାଆ । ଗୋଡ ଖସିବାରୁ ମାଆ କୁଅରେ ପଡିଯିବା ଦେଖି ଉଦ୍ଧାର କରିବାକୁ କୁଅକୁ ଡେଇଁ ପଡିଥିଲା ପୁଅ । ଫଳରେ ମାଆ-ପୁଅ ଦୁହେଁ କୁଅରେ ଫସି ଯାଇଥିଲେ । ଘଟଣାଟି ଘଟିଛି ଛତ୍ରପୁର କୁମ୍ଭାରପଲ୍ଲୀ ସାହିରେ । ପାଖ ପଡେଶୀଙ୍କ ଠାରୁ ଖବର ପାଇ ଘଟଣାସ୍ଥଳରେ ପହଂଚିଥିଲା ଛତ୍ରପୁର ଅଗ୍ନିଶମ ବାହିନୀ । ଗାଁ ଲୋକଙ୍କ ସହାୟତାରେ ମାଓ ପୁଅକୁ ଗଭୀର କୁଅରୁ ଉଦ୍ଧାର କରିଛନ୍ତି ।
ତେବେ ବନ୍ୟା ଭିତରେ ଓଡ଼ିଶା ମୁକାବିଲା କରୁଥିବା ବେଳେ ହଠାତ୍ ଏଭଳି ଏକ ଦୁର୍ଘଟଣା ସାମ୍ନାକୁ ଆସିଲା ହେଲେ ଅଗ୍ନିଶମ କର୍ମଚାରୀଙ୍କ ତ୍ୱରାନିତ ପଦକ୍ଷେପ ଯୋଗୁଁ ଉଭୟ ମାଆ-ପୁଅଙ୍କ ଜୀବନ ବଞ୍ଚି ଯାଇଛି ।