ମାଆ, ପୁଅ ଏକାଠି କଲେ ମାଟ୍ରିକ ପାସ୍: ପୁଅଠୁ ଗୋଟିଏ ପାଦ ଆଗରେ ରହିଲେ ମା

Advertisment
ମାଆ, ପୁଅ ଏକାଠି କଲେ ମାଟ୍ରିକ ପାସ୍: ପୁଅଠୁ ଗୋଟିଏ ପାଦ ଆଗରେ ରହିଲେ ମା

କନକ ବ୍ୟୁରୋ: ଏ ଏମିତି ଏକ ପ୍ରରଣାଦାୟୀ କାହାଣୀ, ଯାହା ବୟସ ଗଡିଗଲା ପରେ ପାଠ ପଢିବାକୁ ଚାହୁଁଥିବା ଅନେକଙ୍କୁ ଉତ୍ସାହ ଯୋଗାଇବ । ପରୀକ୍ଷା ହଲରେ ଏକାଠି ବସିଥିଲେ ଏହି ମାଆ-ପୁଅ । ୪୭ ବର୍ଷୀୟ ମହିଳା ସୁଜାତା ନାୟକ ଓ ତାଙ୍କ ପୁଅ ଆୟୁଷ ନାୟକ ଏକାଠି ମାଟ୍ରିକ ପରୀକ୍ଷା ଦେଇଥିଲେ । ଆଉ ଫଳ ବାହାରିବା ପରେ ସମସ୍ତଙ୍କୁ ଚକିତ କରିଦେଇଛନ୍ତି ମାଆ ସୁଜାତା । କାରଣ ପୁଅଠାରୁ ସେ ଅଧିକ ମାର୍କ ରଖି ବି-ଟୁ ଗ୍ରେଡରେ ପାସ୍ କରିଛନ୍ତି । ଟିକେ ନଜର ପକାନ୍ତୁ ସୁଜାତାଙ୍କ ମାଟ୍ରିକ ମାର୍କସିଟ୍ ଉପରେ ।

ସୁଜାତାଙ୍କ ମାର୍କସିଟ୍
ମୋଟ୍ ୫୦୦ରୁ ୩୪୬ ମାର୍କ ରଖିଛନ୍ତି
ବି-୨ ଗ୍ରେଡ୍ରେ ଉତ୍ତୀର୍ଣ୍ଣ ହୋଇଛନ୍ତି
ଇଂରାଜୀରେ ୧୦୦ରୁ ୭୨
ଓଡି଼ଆରେ ୧୦୦ରୁ ୭୩
ଗଣୀତରେ ୧୦୦ରୁ ୭୭
ସାମାଜିକ ବିଜ୍ଞାନରେ ୬୯
ବିଜ୍ଞାନରେ ୫୫ ମାର୍କ ରଖିଛନ୍ତି

ରାଜ୍ୟ ଓପନ୍ ସ୍କୁଲ ସାର୍ଟିଫିକେଟ୍ ବିଦ୍ୟାର୍ଥୀ ଭାବେ ସୁଜାତା ଲାଲବାହାଦୁର ବିଦ୍ୟାପୀଠ ଷ୍ଟଡି ସେଂଟରରେ ନାମ ଲେଖାଇଥିଲେ ।

ସୁଜାତାଙ୍କ ପୁଅ ଆୟୁଷ ରେଗୁଲାର ପରୀକ୍ଷାର୍ଥୀ ଭାବେ ମୋଟ୍ ୬୦୦ ମାର୍କରୁ ୨୫୮ ରଖି ଡି ଗ୍ରେଡ୍ ପାଇଛନ୍ତି । କନ୍ଧମାଳ ଦାରିଙ୍ଗିବାଡି ଲୋହେରା ସାହିର ସୁଜାତା ବିବାହ ପରେ ପାଠ ପଢା ଛାଡି ଦେଇଥିଲେ । ପରିବାର ଜଞ୍ଜାଳ ଭିତରେ ୩୦ ବର୍ଷ ବିତି ଯାଇଥିଲା । କିନ୍ତୁ ମନରେ ଥିବା ଉଚ୍ଚଶିକ୍ଷା ଆଶାକୁ ପୂରଣ କରିବା ପାଇଁ ପୁଅ ସହ ମାଟ୍ରିକ ପରୀକ୍ଷା ଦେବାକୁ ପ୍ରସ୍ତୁତି କରିଥିଲେ । ଆଉ ଯେଉଁ ଫଳ ସାମ୍ନାକୁ ଆସିଛି ତାହା ତାଙ୍କୁ ଆଗକୁ ପାଠପଢା ଜାରି ରଖିବା ପାଇଁ ପ୍ରରଣା ଯୋଗାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe