କନକ ବ୍ୟୁରୋ: ପ୍ରେମ ବିବାହ କରି ଦୋଛକିରେ ମହିଳା । ବିବାହ ପରେ ବନ୍ଦ ହୋଇଯାଇଥିଲା ବାପାଘର ବାଟ । ସ୍ୱାମୀଙ୍କ ମୃତ୍ୟୁ ପରେ ପଚାରୁନାହାନ୍ତି ଶାଶୁଘର ଲୋକ । ଏବେ ୫ ବର୍ଷର ପୁଅକୁ ଧରି ବାରଦୁଆର ବୁଲୁଛନ୍ତି ବବିତା । କେଉଁଠି କହିବେ, କୁନି ପୁଅକୁ କଣ ଖାଇବାକୁ ଦେବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ମାଆ ।

Advertisment

ସ୍ୱାମୀ ଆରପାରିକୁ ଚାଲିଯିବା ପରେ ବେସାହାରା ସ୍ତ୍ରୀ ଓ କୁନି ପୁଅ । ଘରେ ରହିବାକୁ ଅନୁମତି ଦେଉନାହାନ୍ତ ଶାଶୁଘର କି ବାପାଘର ଲୋକ । ତେଣୁ ଗାଁ ବନ ସରଂକ୍ଷଣ ଗୃହରେ ୫ ବର୍ଷର ପୁଅକୁ ଧରି ରହୁଛନ୍ତି ପାଲଲହଡା ବ୍ଲକ ସିଗଡ ପଂଚାୟଚର ବବିତା ଧିବର । ପରିବାର ଲୋକ ପଚାରୁ ନଥିବା ବେଳେ ସାହି ପଡିଶାଙ୍କ ଦାନରେ ବଂଚିଛି ମାଆ-ପୁଅଙ୍କ ଜୀବନ ।

ବବିତା ଧିବର ସଂପ୍ରଦାୟର ହୋଇଥିବା ବେଳେ ସେ, ଚଷା ସଂପ୍ରଦାୟର ଭୀମସେନ ଗଡନାୟକଙ୍କ ପୁଅ ସୁଶିଲ ଗଡନାୟକଙ୍କୁ ପ୍ରେମ ବିବାହ କରିଥିଲେ । ଦୁହେଁ ବିବାହ କରିବା ପରେ ପରିବାର ଲୋକଙ୍କୁ ଗାଁରେ ବାସନ୍ଦ କରାଯାଇଥିଲା । ବବିତା ଓ ସୁଶୀଲ କେନ୍ଦୁଝର ଯୋଡା ଅଂଚଳରେ ରହୁଥିଲେ । ହଠାତ୍ ଅୁସ୍ଥତା କାରଣରୁ ସୁନିଲଙ୍କ ଜୀବନ ଦୀପ ଲିଭି ଯିବା ପରେ ବବିତାଙ୍କ ବେଦନା ବଢିଯାଇଛି ।

ଆଜି ବି ସମାଜରେ ଜାତି ପ୍ରାଥା ବଂଚିଛି । ପ୍ରେମ କରି ଭିନ୍ନ ଭିନ୍ନ ସଂପ୍ରଦାୟର ଦୁଇଟି ମନ ଏକାଠି ହୋଇଥିବାରୁ ଆଜି ତାଙ୍କ ପ୍ରେମର ସଂତକ ଏମିତି ଖୋଲା ଘରେ ପଡି ରହିଛି ।