କଟକ ବକ୍ସିବଜାରରେ ହୃଦୟବିଦାରକ ଚିତ୍ର : ମୃତ ଶିଶୁକୁ କୋଳରେ ଧରି ମା’ ବିକିଲା ଖେଳଣା

Advertisment
କଟକ ବକ୍ସିବଜାରରେ ହୃଦୟବିଦାରକ ଚିତ୍ର : ମୃତ ଶିଶୁକୁ କୋଳରେ ଧରି ମା’ ବିକିଲା ଖେଳଣା

କନକ ବ୍ୟୁରୋ: ମା’ କୋଳରେ ମୃତ ଶିଶୁ। ମୃତ ଶିଶୁକୁ ଧରି ମା’ ବିକୁଛି ଖେଳଣା। ଏଭଳି ଏକ ଅଭାବନୀୟ ଦୃଶ୍ୟ ଗତକାଲି ବକ୍ସିବଜାର ଛକରେ ଦେଖିବାକୁ ମିଳିଥିଲା। ଆର୍ଥିକ ଦୁରାବସ୍ଥାରୁ ଶିଶୁର ଚିକିତ୍ସା କରି ପାରି ନଥିବା ମା’ର ଦୁଃଖ ଆଉ କ୍ଷୋଭ ଜଳଜଳ ହୋଇ ବାରି ହୋଇ ପଡୁଥିଲା। ଘଟଣା ସଂପର୍କରେ ଖବର ପାଇ ଜିଲ୍ଲା ପ୍ରଶାସନର ଅଧିକାରୀ ସେଠାରେ ପହଞ୍ଚିବା ସହ ମୃତ ଶିଶୁକୁ ମା’ ଠାରୁ ଅଲଗା କରିଥିଲେ। ଅନ୍ୟ ୨ ଶିଶୁ କନ୍ୟାଙ୍କୁ ବସୁନ୍ଧରାରେ ନେଇ ଥଇଥାନ କରିଥିଲେ।

ବକ୍ସିବଜାର ଅଞ୍ଚଳରେ ସୁବାସ ନାୟକ ଏବ˚ ସ୍ତ୍ରୀ ଭାରତୀ ପ୍ରଭା ନାୟକ ୩ ଝିଅଙ୍କୁ ନେଇ ରୁହନ୍ତି। ସ୍ବାମୀ ଦିନ ମଜୁରିଆ କାମ କରୁଥିବା ବେଳେ ଆର୍ଥିକ ଅବସ୍ଥା ଠିକ ନଥିବାରୁ ଉଭୟଙ୍କ ମଧ୍ୟରେ ବିଭିନ୍ନ ସମୟରେ କଳହ ଲାଗି ରହୁଥିଲା। ସ୍ବାମୀ କୌଣସି ପ୍ରକାର ସହଯୋଗ କରୁ ନଥିଲେ। ଗଲା ଚାରି ମାସ ତଳେ ତାଙ୍କ ସାନ ଝିଅ ରାସ୍ତା ପାର୍ଶ୍ବରେ ପ୍ରସବ ହୋଇଥିଲା। ଶିଶୁର ଅଣ୍ଟାରେ ଆଘାତ ଲାଗିବାରୁ ତାକୁ ଶିଶୁଭବନରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପାଖରେ ଟଙ୍କା ନଥିବାରୁ ଠିକ୍ରେ ଚିକିତ୍ସା ହୋଇପାରିଲା ନାହିଁ। ବକ୍ସିବଜାର ଛକରେ ଭାରତୀ ନିଜ ତିନି କୁନି ଝିଅଙ୍କୁ ଧରି ଖେଳଣା ବିକ୍ରି କରୁଥିଲେ। ଗତକାଲି ହଠାତ୍ ଉକ୍ତ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଥିଲା। ତଥାପି ସେ ମୃତ ଶିଶୁକୁ ଧରି ରାସ୍ତାରେ ଖେଳଣା ବିକ୍ରି କରିବା ଚିତ୍ର ଚର୍ଚ୍ଚା ସୃଷ୍ଟି କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe