କନକ ବ୍ୟୁରୋ: ପୁଅର ସନ୍ଦେହଜନକ ମୃତ୍ୟ ପରେ ନ୍ୟାୟ ପାଇଁ ମା’ର ଆକୁଳ ନିବେଦନ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରି ପଂଚାୟତ ନାଫରାଇ ଗ୍ରାମର ଯୁବକ ଶାନ୍ତନୁଙ୍କ ମୃତଦେହ ଜାନୁଆରୀ ୧୫ରେ ସାହାବାଜିପୁର କଲେଜ ନିକଟରୁ ଉଦ୍ଧାର ହୋଇଥିଲା । ଏନେଇ ତାଳସାରୀ ସାମୁଦ୍ରିକ ପୋଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଅନ୍ୟପଟେ ଶାନ୍ତନୁଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି ।

Advertisment

ପରିବାର ଲୋକଙ୍କ କହିବା କଥା ଜାନୁଆରୀ ୧୫ ସନ୍ଧ୍ୟାରେ ଶାନ୍ତନୁ ଉଦୟପୁରରେ ଚାଲିଥିବା ମକର ମେଳା ଦେଖିବାକୁ ଯାଇଥିଲେ । ଆଉ ସେଠାରେ କିଛି ଯୁବକଙ୍କ ସହ ତାଙ୍କର ମାଡ଼ପିଟ ହୋଇଥିବା ଗାଁଲୋକ ଦେଖିବାକୁ ପାଇଥିଲେ । ଆଉ ସେହି ୧୫ ଜାନୁଆରୀ ରାତିରେ ହିଁ ତାଙ୍କ ମୃତଦେହ ମିଳିଥିଲା । ତେଣୁ ଶାନ୍ତନୁଙ୍କୁ ହତ୍ୟା କରାଯାଇଛି ଓ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବାକୁ ତାଙ୍କ ପରିବାର ଲୋକ ଦାବି କରିଛନ୍ତି ।