ପାଠ ପଢିବା ବୟସରେ ରୋଗରେ ଛଟପଟ ହେଉଛି ବଢିଲା ଝିଅ । ସାହାଯ୍ୟ ପାଇଁ କାନ୍ଦି କାନ୍ଦି ଅନୁରୋଧ କରୁଛି ଅସହାୟ ମା’

140

କନକ ବ୍ୟୁରୋ: ବିଧାତା ଏତେ ନିଷ୍ଠୁର କାହିଁକି? କେତେ ପୂଜା ପାଠ କରି କୋଳକୁ ଝିଅ ଦେଲା ଯେ ଏବେ ତାକୁ ବି ଛଡେଇ ନେବାକୁ ବସିଛି । ରୋଗ ବ୍ୟାଧୀରେ ଶେଯରେ ପଡି ଛଟପଟ ହେଉଛି ବଢିଲା ଝିଅ । ତା’ ଆଖିର ଲୁହ ଆଉ ଶରୀର ଯନ୍ତ୍ରଣା ଦେଖିଲେ ଆଖିର ଲୁହ ବୋଲ ମାନୁନି ।

ଝିଅର କୋହ ଶୁଣିଲେ ବି ଛାତି ଥରିଯାଉଛି । କେତେ ଆଶା କରିଥିଲା ପାଠ ପଢିବ, ଚାକିରି କରିବ । ଗରୀବ ବାପାଙ୍କୁ ଟିକେ ସାହାଯ୍ୟ କରିବ । ହେଲେ ସବୁ ଆଶା ମଉଳି ଗଲା । ଅସମୟରେ ରୋଗ ମାଡିବସିଲା । ଏବେ ଦୁଃଖୀ ମା’ ବାପାଙ୍କୁ ଦେଖି ବାହୁନି ବାହୁନି କାନ୍ଦୁଛି ଝିଅ ମିନତୀ । କାନ୍ଦି କାନ୍ଦି ଅଣନିଶ୍ୱାସୀ ହୋଇଯାଉଛି ।

ଏ ଦୁଃଖ ହେଉଛି ରାଜକନିକା ବ୍ଲକ ପେଗରପଡା ଗାଁ ବାସୁଦେବ ସାହୁ ଓ ପତ୍ନୀ ବସୁମତୀ ସାହୁଙ୍କ ପରିବାରର । ଭଗବାନ୍ କୋଳକୁ ୩ ଝିଅ ଦେଲେ । ସେମାନଙ୍କ ମୁହଁକୁ ଚାହିଁ ପୁଅ ନାହିଁ ବୋଲି ମନ କଷ୍ଟ କରିନାହାଁନ୍ତି । ୩ ଝିଅଙ୍କୁ ୩ ପୁଅ ବୋଲି ଭାବିଆସିଛନ୍ତି ବସୁମତୀ । ୩ ଝିଅ ଭିତରେ ମଝିଆଁ ହେଉଛନ୍ତି ଝିଅ ମିନତୀ । ଘର କାମରେ ଯେମିତି ପାଠପଢାରେ ସେମିତି । ଦିନ ମଜୁରୀ ଲାଗି ଘର ଚଳାଉଥିବା ବାପାଙ୍କ ପାଖରେ ଜିଦି କରି ଯୁକ୍ତ ଦୁଇ ଯାଏଁ ପଢିଥିଲେ ମିନତୀ । ପଢାରେ ବେଶ୍ ଆଗୁଆ ବି ଥିଲେ । ହେଲେ ଭାଗ୍ୟ ସହିଲାନି । ହଠାତ୍ ଦେହ ଖରାପ ହୋଇଗଲା । ପେଟରେ ଯନ୍ତ୍ରଣା ହେବାରୁ ପାଖ ଡାକ୍ତରଖାନାକୁ ମୀନତିଙ୍କୁ ନେଇଥିଲେ । ଔଷଧ ଖାଇବା ପରେ ବି ଯନ୍ତ୍ରଣା ନକମିବାରୁ କଟକ ବଡମେଡିକାଲ ଆଣିଥିଲେ । ଏଠାରେ ପରୀକ୍ଷା କରିବା ପରେ ମିନତୀଙ୍କର ଦୁଇଟିଯାକ କିଡନୀ ନଷ୍ଟ ହୋଇଥିବା ଜଣାପଡିଲା । ପୁରା ପରିବାର ଲୋକଙ୍କ ପାଦ ତଳୁ ମାଟି ଖସିଯିବା ପରି ଲାଗିଥିଲା । ସେଦିନଠୁ ପୁରା ଅସୁସ୍ଥ ହୋଇ ଶେଯରେ ପଡିଗଲେ ମିନତୀ । ୫ ଥର ଡାଇଲିସିସ୍ ପରେ ଏବେ ଅଧିକ ଚିକିତ୍ସା କରିବାକୁ ଆଉ ପାଖରେ ଅର୍ଥ ନାହିଁ । ଏକଥା କହିବା ବେଳକୁ ମା’ ବସୁମତୀ ଓ ବଡ ଭଉଣୀଙ୍କ କଣ୍ଠ ରୋଧ ହୋଇଯାଉଛି । ଏବେ ଖାଲି ଟିକେ ସାହାଯ୍ୟ ପାଇଁ ଅପେକ୍ଷା ।

ମିନତୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା
ନାମ: ବାସୁଦେବ ସାହୁ
ବ୍ୟାଙ୍କ ଅଫ୍ ଇଣ୍ଡିଆ, ରାଜକନିକା

Ac/No: 557510110012222

Ifsc code : Bkld0005575

Mob No.9040602672