ପୁଅର ଜୀବନ ଭିକ୍ଷା କରୁଛି ମା’ । ପୁଅ କହୁଛି ମୋତେ ସାହାଯ୍ୟ କର ଚାକିରି କଲେ ସବୁ ସୁଝି ଦେବି ।

133

କନକ ବ୍ୟୁରୋ: କେତେ ଦିଅଁ ଦେବତା ପୂଜି ଗୋଟିଏ ବୋଲି ପୁଅ ପାଇଥିଲେ । ତାକୁ ବି ଦଇବ ସହିଲାନି । କୋଳରେ ଦେଇ ପୁଣି ଛଡାଇ ନେବାକୁ ବସିଛି ଭାଗ୍ୟ । ଏଯାଏଁ ଦୁନିଆଁ କ’ଣ ଜାଣିନଥିବା ପୁଅ ଘାତକ ରୋଗ ସହ ଅହରହ ଲଢୁଛି । ଯନ୍ତ୍ରଣାରେ ଛଟପଟ ହେଉଛି । ଆଉ ପୁଅର ଏପରି ବିକଳ ଦେଖିପାରୁନି ମା’ । କାନ୍ଦି କାନ୍ଦି ପୁଅର ଜୀବନ ଭିକ୍ଷା କରୁଛି ।

ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଳକ ବଳରାମପୁର ବଡ ଗାଁ ବାସିନ୍ଦା ବାଳକୃଷ୍ଣ ଭୋଇ ଓ ପତ୍ନୀ ପ୍ରଭାତୀଙ୍କ ଏକମାତ୍ର ପୁଅ ଅଭିନାଶ । ୧୧ ବର୍ଷ ତଳେ ଘରେ ପୁଅର କୁଆଁ କୁଆଁ ଶବ୍ଦରେ ଫାଟିପଡୁଥିଲା ଘର ଅଗଣା । ଶିଶିକଳା ପରି ବଢିଚାଲିଲା ପୁଅ । ହେଲେ ହଠାତ୍ ମାଡି ଆସିଲା ଦୁଃଖର କଳାବାଦଲ । ପୁଅର ଗୋଡ, ପେଟ ଫୁଲିଲା । ଏହା ଦେଖି ବାପା , ମା’ ପୁଅକୁ ପ୍ରଥମେ ପୁରୀ ଡାକ୍ତରଖାନା ଓ ପରେ କଟକ ବଡ ଡାକ୍ତରଖାନା ନେଇ ଚିକିତ୍ସା କରାଇଲେ । ଜଣାପଡିଲା ପୁଅର ଦୁଇଟି ଯାକ କିଡନୀ ନଷ୍ଟ ହୋଇଯାଇଛି । ବାପା, ମା’ଙ୍କ ପାଦତଳୁ ମାଟି ଖସିଯାଇଥିଲା । ବନ୍ଧୁବାନ୍ଧବଙ୍କ ଠାରୁ ଧାର ଉଧାର କରି ଯାହା ଚିକିତ୍ସା କଲେ ଏବେ ଆଉ ସମ୍ବଳ ନାହିଁ । ମୂଲ ଲାଗି ଘର ଚଳାଉଥିବା ବାପାଙ୍କର ବି ବଡ ଡାକ୍ତର ଦେଖାଇବାକୁ ସାହାସ ପାଉନି । ଏବେ ଯେଉଁଠି ବସିଲେ ପୁଅକୁ ଧରି ବାହୁନି ବାହୁନି କାନ୍ଦୁଛନ୍ତି ମା’ ପ୍ରତିଭା ।

ଅଭିନାଶ ଭାରି ଇଚ୍ଛା ସାଙ୍ଗସାଥୀଙ୍କ ସାଥିରେ ଖେଳିବାକୁ । ସ୍କୁଲ ଯାଇ ପାଠ ପଢିବାକୁ । ହେଲେ ବାପା ଦେହ ଖରାପ କଥା କହି ବୁଝାଇଦେଉଛନ୍ତି । ପଚାରିବାରୁ ଅଭିନାଶ ଯାହା କୁହନ୍ତି ଆପଣଙ୍କ ଆଖିରୁ ବି ଝରିଆସିବ ଲୁହ ।

ଆଶା ଓ ବିଶ୍ୱାସ ଅଭିନାଶଙ୍କ ଏହି ଯନ୍ତ୍ରଣା ଦେଖିବା ପରେ ଆଉ ଜଣେ ମା’ର ବିକଳ ନିବେଦନ ଶୁଣିବା ପରେ ପ୍ରଶାସନ ନିଶ୍ଚୟ ସାହଯ୍ୟର ହାତ ବଢାଇବେ । ଏହାସହ ଯଦି କେହି ସହୃଦୟ ବ୍ୟକ୍ତି ସାହାଯ୍ୟ କରିବାକୁ ଚାହାଁନ୍ତି ତେବେ ଠିକଣା ହେଉଛି:
ପିତା: ବାଳକୃଷ୍ଣ ଭୋଇ

ବ୍ୟାଙ୍କ ଆକାଉଣ୍ଟ ନଂ: ୩୧୫୧୧୨୧୯୮୭୪
IFSC code:୮୫୯୧୨୦୭୭୨୪୯
ଫୋନ ନଂ-୯୫୫୬୪୯୫୪୯୮