କନକ ବ୍ୟୁରୋ: ଝିଅର ଫଟୋ ଓ ଭିଡିଓ ଦେଖାଇ ଯୁବକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଲେ ମା’ । ଏମିତି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ୱର ଲିଙ୍ଗରାଜ ଥାନା ଅଞ୍ଚଳରେ । ପୁରା ଘଟଣା ଥିଲା କିଛି ଏଭଳି...

Advertisment

ସ୍ୱିଟ୍ ସିକ୍ସଟିନ ଭାବି ଯୁବକ ଆରମ୍ଭ କରିଥିଲେ କଥାବାର୍ତ୍ତା । ହେଲେ ଦେଢ଼ ବର୍ଷ ପରେ ଜାଣିବାକୁ ପାଇଲେ ସେ ଯାହା ସହିତ ଚାଟିଂ କରୁଥିଲେ କି ଫୋନ୍ ମାଧ୍ୟମରେ କଥା ହେଉଥିଲେ ସେ ଜଣେ ୬୦ ବର୍ଷୀୟା ମହିଳା । ସାମାଜିକ ଗଣମାଧ୍ୟମରେ କଥାବାର୍ତ୍ତା ଆରମ୍ଭ ମଧ୍ୟ ହେଇଥିଲା । ହେଲେ ଯେବେ ବି ଦେଖା କରିବାକୁ ଡାକିଥିଲେ କେବେ ମହିଳା ଜଣକ ଦେଖା କରିବାକୁ ରାଜି ହେଉନଥିଲେ । ଅନେକ ସମୟରେ ବିଭିନ୍ନ ସମସ୍ୟା କଥା କହି ଦେଢ଼ ବର୍ଷରେ ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବାର ଅଭିଯୋଗ ଆଣିଛନ୍ତି ଯୁବକ ଜଣକ ।

ଯୁବକ ଜଣକ ଠକେଇ ବିଷୟରେ ଜାଣିବା ପରେ ଲିଙ୍ଗରାଜ ଥାନାର ଦ୍ୱାରସ୍ଥ ହେଇଥିଲେ । ଏବେ ସଂପୃକ୍ତ ମହିଳା ଜଣକୁ ପୁଲିସ ଅଟକ ରଖି ପଚରାଉଚୁରା କରିବା ସହିତ ଆଉ କିଏ ତାଙ୍କ ସହିତ ସାମିଲ ଅଛନ୍ତି ନା ନାହିଁ ତାର ତଦନ୍ତ ଜାରି ରଖିଛି ।