ସବୁ କିଛି ଶେଷ ହୋଇଗଲା, କାହା ପାଇଁ ବଂଚିବି : ସିଦ୍ଧାର୍ଥଙ୍କୁ ଝୁରି ଝୁରି ଲୋଟିପଡୁଛନ୍ତି ମା’ରୀତା ଦେବୀ

1,383

କନକ ବ୍ୟୁରୋ: ଲୋକେ ନିଜ ଯବାନ୍ ପୁଅକୁ ହରାଇଥିବା ଶୁଣିଥିଲି । ହେଲେ ମୋ ସହ ଏମିତି ଘଟିବ କେବେ ଭାବିନଥିଲି । ମୋତେ ନିଃସ୍ୱ କରିଦେଇ ଚାଲିଗଲା । ସବୁ ଶେଷ ହୋିଗଲା । ଆଉ କାହା ପାଇଁ ବଞ୍ଚିବି । ଏମିତି କହି କାନ୍ଦିକାନ୍ଦି ଗଡିଯାଇଥିଲେ ସ୍ୱର୍ଗ ତ ଦିବଙ୍ଗତ ଅଭିନେତା ସିଦ୍ଧାର୍ଥ ଶୁକ୍ଳାଙ୍କ ମା’ ରୀତା ଶୁକ୍ଳା । ଜଣେ ଅଭାଗିନୀ ମା’ର କୋହ ଭରା କଥାକୁ ସେୟାର କରିଛନ୍ତି ସିଙ୍ଗର ରାହୁଲ ବୈଦ୍ୟ ।

ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ଘରେ ପହଞ୍ଚି ଥିଲେ ସିଙ୍ଗର ରାହୁଲ ବୈଦ୍ୟ ଓ ତାଙ୍କ ପତ୍ନୀ । ହେଲେ ସିଦ୍ଧାର୍ଥଙ୍କ ମା’ଙ୍କ କୋହକୁ ଦେଖି ନିଜକୁ ସମ୍ଭାଳି ପାରିନଥିଲେ । ଅନେକ ଚେଷ୍ଟା କରି ବି ବୁଝାଇ ପାରୁନଥିଲେ ମା’ ରୀତା ଦେବୀଙ୍କୁ କେମିତି ବା ବୁଝାଇବେ । କହିବା ସିନା ସହଜ ହେଲେ ଯାହାର କୋଳ ଶୂନ୍ୟ ହୋଇଯାଇଛି ତାର ଦୁଃଖକୁ କିଏ ବା ଦୂରେଇବ । ପୂର୍ବରୁ ସ୍ୱାମୀଙ୍କୁ ହରାଇଥିଲେ । ପୁଅକୁ ଦେଖି ଦିନ କାଟୁଥିଲେ । ସିଏ ବି ରହିଲାନି । ସବୁ ସମ୍ପର୍କକୁ ସିନା ଭୁଲି ହୋଇଯାଏ ।ହେଲେ ଇଏ ପରା ମା’ ଆଉ ସନ୍ତାନର ସମ୍ପର୍କ । ପୁଅ ହୁଏତ ମା’କୁ ଭୁଲିଯାଇପାରେ । କିନ୍ତୁ ମା’ ନିଜେ ମାଟିରେ ମିଶିବା ଯାଏଁ ସନ୍ତାନକୁ ଝୁରେ । ରୀତା ଦେବୀ ଏଥିରୁ ବାଦ ପଡନ୍ତେ ବା କିପରି । ସିଦ୍ଧାର୍ଥଙ୍କ ଦେହାନ୍ତ ପରଠାରୁ ଆହାର ଛାଡିଦେଲେ ଣି ରୀତା ଦେବୀ । ତାଙ୍କ ଦୁଇ ଭଉଣୀଙ୍କ ଅବସ୍ଥା ବି ଖରାପ । ଅନ୍ୟପଟେ ତାଙ୍କର ଅତି ଘନିଷ୍ଠ ସେହନାଜଙ୍କ ଅବସ୍ଥା ମଧ୍ୟ ବିଗିଡିଯାଇଥିବା କୁହାଯାଉଛି । ସେହନାଜଙ୍କୁ ମଧ୍ୟ ଭେଟିଥିଲେ ରାହୁଲ । କଥା କହିବା ଅବସ୍ଥାରେ ବି ନଥିଲେ ସେହନାଜ । ଏଭଳି ପ୍ରତିକୂଳ ପରିସ୍ଥିତିରେ ଏ ଏସମସ୍ତଙ୍କୁ ଈଶ୍ୱର ଧୈର୍ଯ୍ୟ ଦିଅନ୍ତୁ ବୋଲି ଟ୍ୱିଟ୍ କରିଛନ୍ତି ରାହୁଲ ।