କନକ ବ୍ୟୁରୋ: ପରକୀୟା ପ୍ରୀତିକୁ ଚରିତାର୍ଥ କରିବାକୁ ଯାଇ ମଣିଷ ଏତେ ତଳକୁ ଖସିଯାଇପାରେ , ଯାହାର ଅତି ଘୃଣ୍ୟ ଘଟଣା ସାମ୍ନାକୁ ଆସିଛି । ଏଭଳି ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଗ୍ୱାଲିଅର ଥାଟିପୁର ଥାନା ଅନ୍ତର୍ଗତ ତାରାମାଇ କଲୋନୀରେ ।

Advertisment

ସୂଚନା ମୁତାବକ, ତାରାମାଇ କଲୋନୀରେ ରହୁଥିଲେ ଧ୍ୟାନସିଂହ ରାଠୋର, ଯିଏ ମଧ୍ୟପ୍ରଦେଶ ପୁଲିସରେ କନଷ୍ଟେବଳ ଭାବେ କାର୍ଯ୍ୟ କରୁଥିଲେ । ୨୦୧୭ରେ ତାଙ୍କ ବିବାହ ଜ୍ୟୋତି ରାଠୋରଙ୍କ ସହ ହୋଇଥିଲା । ପତ୍ନୀ, ଦୁଇ ପୁଅ ଜତିନ୍(୩.୪ ବର୍ଷ) ଓ ମୋନୁ’(ଦେଢ ବର୍ଷ)କୁ ନେଇ ହସଖୁସିରେ ପରିବାର ଚାଲିଥିଲା । ଥରେ ସ୍ୱାମୀ ଧ୍ୟାନ ସିଂଙ୍କୁ ଏକ ପ୍ରସ୍ତାବ ଦେଇଥିଲେ ଜ୍ୟୋତି । ଘରେ ବାକି ସମୟ ବସି ବସି ବୋର୍ ହୋଇଯିବା ଅପେକ୍ଷା ତଳ ଘରେ ଏକ ଦୋକାନ ଖୋଲିବାକୁ କହିଲେ । ଏଥିରେ ଦି ପଇସା ଅଧିକ ରୋଜଗାର ହୋଇଯିବ ବୋଲି କହିଲେ । ଏଥିରେ ରାଜି ହୋଇ ସ୍ୱାମୀ ତଳ ମହଲାରେ ଏକ ପ୍ଲାଷ୍ଟିକ ସାମଗ୍ରୀ ଦୋକାନ ଜ୍ୟୋତିଙ୍କ ପାଇଁ ଖୋଲିଲେ । କିଛି ମାସ ଦୋକାନ ଚାଲିବା ପରେ ଏହାକୁ ବନ୍ଦ କରିଦେବାକୁ କହିଥିଲେ ଜ୍ୟୋତି । ହେଲେ ସବୁ ଜିନିଷ ବିକ୍ରି ହୋଇଯିବା ପରେ ଦୋକାନ ବନ୍ଦ କରିବାକୁ କହିଥିଲେ ଧ୍ୟାନ ସିଂ ।

ଏହାପରେ ଘଟିଲା ଅତି ଦୁଃଖଦ ଘଟଣା । ୨୦୨୩ ଏପ୍ରିଲ ୨୮ ତାରିଖରେ ବଡ ପୁଅ ଜତିନ୍ ଛାତ ଉପରୁ ଖସିପଡି ଗୁରୁତର ହୋଇଗଲା । ହସ୍ପିଟାଲରେ ତାକୁ ବଞ୍ଚାଇବାକୁ ଅନେକ ଚେଷ୍ଟା ଚାଲିଥିଲେ ବି ପୁଅର ମୃତ୍ୟୁ ହୋଇଯାଇଥିଲା । ଏହାକୁ ଏକ ଦୁର୍ଘଟଣା ଭାବି ପରିବାର ଲୋକେ ମାନସିକ ଯନ୍ତ୍ରଣା ପାଇଲେ । ହେଲେ ପାଖାପାଖି ୨ ମାସ ପରେ ଏହା ପଛର ସତ ଜଣାପଡିଲା । ପୁଅର ମୃତ୍ୟୁ ପରେ ଜ୍ୟୋତି ପାଗଳି ପରି ହୋଇଗଲେ । ପୁଅକୁ ହରାଇ ଏପରି ହେଉଛି ଭାବି ତାଙ୍କର ଚିକିତ୍ସା କରାଗଲେ ବି କିଛି ଲାଭ ହେଲା ନାହିଁ । ପ୍ରକୃତ କଥା ହେଲା ଜ୍ୟୋତିଙ୍କ ସ୍ୱପ୍ନରେ ବାରମ୍ବାର ପୁଅ ଜତିନ୍ ଦେଖାଦେଉଥିଲା । ସତେ ଯେପରି ସେହି ଘରେ ତା’ର ଆତ୍ମା ରହିଛି ବୋଲି ଅନୁଭବ କରୁଥିଲେ ଜ୍ୟୋତି । ଆଉ କଷ୍ଟ ସହିନପାରି ସ୍ୱାମୀଙ୍କୁ ସବୁ କଥା କହିଦେଲେ । ଦୋକାନ ଅଶୁଭ ବୋଲି ପ୍ରମାଣିତ କରିବାକୁ ଯାଇ ରାଗରେ ସେ ପୁଅକୁ ଛାତରୁ ଠେଲିଦେଇଥିଲେ । ହେଲେ ପୁଅର ମୃତ୍ୟୁ ସେ ଚାହୁଁନଥିଲେ ବୋଲ କହିଲେ ।

publive-image

ଏତିକିରେ ସ୍ୱାମୀ ଧ୍ୟାନ ସିଂଙ୍କ ସନ୍ଦେହ ଘନୀଭୂତ ହେବାକୁ ଲାଗିଲା । ପ୍ରଥମେ ଜ୍ୟୋତିଙ୍କ ବିଶ୍ୱାସ ଜିତିବା ପରେ ବାରମ୍ବାର ତାଙ୍କୁ ଛାତ ଉପରକୁ ନେଇ ସ୍କ୍ରିନ୍ ଡିକ୍ଟେସନ୍ ପରି କରାଉଥିଲେ ଏବଂ ସବୁକିଛି ନିଜ ଫୋନରେ ରେକର୍ଡ କରି ରଖୁଥିଲେ । ହେଲେ ପ୍ରତିଥର ଜ୍ୟୋତି କିଛି ଅଲଗା ଅଲଗା କାହାଣୀ କହୁଥିଲେ । ବାଧ୍ୟ ହୋଇ ଧ୍ୟାନ ସିଂ ପୁଲିସରେ ଜ୍ୟୋତିଙ୍କ ବିରୋଧରେ ମାମଲା ଦାଏର କଲେ । ଏବଂ ପୁଲିସ ଜ୍ୟୋତିଙ୍କୁ ଜେରା କରିବାରୁ ସବୁ ସତ ଓଗାଳିଥିଲେ ଜ୍ୟୋତି, ଯାହା ସମସ୍ତଙ୍କୁ ହତବାକ୍ କରିଦେଇଥିଲା ।

ସତ କଥା ହେଉଛି ତାଙ୍କ ପଡୋଶୀରେ ଉଦୟ ଇନ୍ଦୋଲିଆ ନାମକ ଯୁବକ ରହୁଥିଲା, ଯାହା ସହ ପ୍ରେମ ସମ୍ପର୍କରେ ଆସିଥିଲେ ଜ୍ୟୋତି । ଅନେକ ସମୟରେ ତା’ସହ ଜ୍ୟୋତିଙ୍କର ଦେଖାସାକ୍ଷାତ ହେଉଥିଲା । ଏପ୍ରିଲ ୨୯୮ ତାରିଖ ଦିନ ଏକ ଭୋଗିରେ ଯୋଗ ଦେବାକୁ ସ୍ୱାମୀ ଓ ପରିବାର ଲୋକ ସବୁ ବାହାରକୁ ଯାଇଥିବାବେଳେ ପ୍ରେମିକକୁ ଭେଟିବାକୁ ଛାତ ଉପରକୁ ଯାଇଥିଲେ ଜ୍ୟୋତି । ମା’ଙ୍କୁ ଛାତକୁ ଯିବା ଦେଖି ପୁଅ ଜତିନ୍ ମଧ୍ୟ ତାଙ୍କ ପଛେ ପଛେ ଯାଇଥିଲା, ଯାହା ଜ୍ୟୋତିରେ ସଂଜ୍ଞାନରେ ନଥିଲା । ସେଠାରେ ପ୍ରେମିକ ଉଦୟ ଜ୍ୟୋତିଙ୍କୁ କୋଳେଇ ନେବାର ଦେଖିଥିଲା କୁନି ପୁଅ ଜତିନ୍ । ପୁଅକୁ ଛାତ ଉପରେ ଦେଖିବା ପରେ କାଳେ ନିଜର ସବୁ ସତ ଧରାପଡିଯିବ ସେଥିପାଇଁ ରାଗରେ ପୁଅକୁ ଛାତ ଉପରୁ ଠେଲିଦେଲେ । ଆଉ ଦିନକ ପରେ ହସ୍ପିଟାଲରେ ପୁଅ ଆଖିବୁଜିଦେଲା ।publive-image

ଏହି ଘଟଣାରେ ଜ୍ୟୋତିଙ୍କୁ ପୁଲିସ ହେପାଜତରେ ରଖାଯାଇଥିବାବେଳେ ଅଭିଯୁକ୍ତ ପ୍ରେମିକକୁ ମଧ୍ୟ ଗିରପ କାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।