ପୁଲୱାମାରେ ସହିଦ ଯବାନଙ୍କ ୮୦ ବର୍ଷୀୟା ମାଆଙ୍କ ଦାବି : ଏୟାର ଷ୍ଟ୍ରାଇକରେ ମରିଥିବା ଆତଙ୍କବାଦୀଙ୍କ ଶବ ଦେଖାନ୍ତୁ ସରକାର

250

ଗୋଟିଏ ପଟେ ଯେଉଁଠି ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ୍ ଚର୍ଚ୍ଚାର ବିଷୟ ବନିଛି । ସେଇଠି ପୁଲୱାମାରେ ସହିଦ ହୋଇଥିବା ଜଣେ ଯବାନଙ୍କ ପରିବାର ଲୋକେ ଆତଙ୍କବାଦୀ ଟ୍ରେନିଙ୍ଗ କ୍ୟାମ୍ପରେ କରାଯାଇଥିବା ଆକ୍ରମଣ ଉପରେ ପ୍ରଶ୍ନ ଉଠାଇଛନ୍ତି ।

ପୁଲୱାମାରେ ସହିଦ ହୋଇଥିବା ମୈନପୁରୀର ଯବାନ ରାମବକିଲଙ୍କ ମାଆଙ୍କ କହିବାନୁସାରେ, ଆତଙ୍କବାଦୀଙ୍କ ଉପରେ କରାଯାଇଥିବା ଆକ୍ରମଣ ଓ ସେଥିରେ ମରିଥିବା କଥା ସେପର୍ଯ୍ୟନ୍ତ ମାନିବେନି, ଯେପର୍ଯ୍ୟନ୍ତ ସରକାର ତାଙ୍କୁ ଆତଙ୍କବାଦୀଙ୍କ ମୃତ୍ୟୁର ପ୍ରମାଣ ନଦେଇଛି । ସହିଦଙ୍କ ମାଆଙ୍କ ବୟସ ୮୦ ବର୍ଷ । ସହିଦଙ୍କ ମାଆ କହିଛନ୍ତି କି, “ମୋ ପୁଅ ରାମବକିଲ ତ ବଳିଦାନ ଦେଇ ଦେଇଛି । ଦେଶକୁ ଏବଂ ତାଙ୍କ ପରିବାରକୁ ତାଙ୍କ ଉପରେ ଗର୍ବ ଅଛି ।” ଅନ୍ୟପଟେ ପରିବାର ଲୋକଙ୍କ ବିଶ୍ୱାସ କରିବା ମୁସ୍କିଲ ହୋଇଯାଉଛି କି, ସହିଦ ରାମବକିଲଙ୍କ ବଳିଦାନର ପ୍ରତିଶୋଧ ନିଆଯାଇଛି ।

ସହିଦଙ୍କ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି କି, ଆତଙ୍କବାଦୀ ମରିଥିବାର ଏପର୍ଯ୍ୟନ୍ତ କୌଣସି ପ୍ରମାଣ ସାମନାକୁ କାହିଁକି ଆସିନି । ଏୟାର ଷ୍ଟ୍ରାଇକକୁ ନେଇ ବିରୋଧୀ ଦଳ ମଧ୍ୟ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି ।