ସ୍ୱାମୀ-ସ୍ତ୍ରୀର ସମ୍ପର୍କରେ ଅପରାଧର ଛିଟା । ପ୍ରେମିକ ସହ ମିଶି ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

369

କନକ ବ୍ୟୁରୋ: ସ୍ୱାମୀ, ସ୍ତ୍ରୀର ସମ୍ପର୍କରେ ଅପରାଧର ଛିଟା । ପ୍ରେମିକ ପାଇଁ ଅନ୍ଧ ହୋଇଗଲା ସ୍ତ୍ରୀ । ଆଉ ଘଟାଇଲା ଏମିତି ଅପରାଧ, ଯାହା କେବେ ବି କୌଣସି ସ୍ତ୍ରୀ ଭାବି ପାରିବନି । ୫ ପିଲାର ମାଆ ହୋଇ ମଧ୍ୟ ଭୁଲିଗଲା ସମ୍ପର୍କକୁ । ନା ସେ ଭାବିଲା ନିଜ ପିଲାଙ୍କ କଥା, ନା ଥରେ ଚିନ୍ତା କଲା ନିଜ ସ୍ୱାମୀ କଥା । ଯାହାକୁ ବିବାହ କରି ସାତ ଜନ୍ମର ସାଥି କରିଥିଲା ନିଜ ପ୍ରେମିିକ ସହ ମିଶି ତାକୁ ହିଁ କଲା ହତ୍ୟା । ଆଉ ହତ୍ୟା ପରେ ପ୍ରେମିକ ସହ ଫେରାର ହୋଇଗଲା ପତ୍ନୀ ।

ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତର ପ୍ରଦେଶର ସୁଲତାନପୁର ଅଞ୍ଚଳରେ । ଏହି ଗାଁରେ ରହୁଥିବା ଚନ୍ଦ୍ରପାଲ ନାମକ ଜଣେ ଯୁବକଙ୍କୁ ହତ୍ୟା କରିଛନ୍ତି ତାଙ୍କ ପତ୍ନୀ କମଳା ଦେବୀ ଓ ତାଙ୍କ ପ୍ରେମିକ । ଏହି ହତ୍ୟା ଘଟଣାରେ ପୋଲିସ ଉଭୟଙ୍କୁ ଗିରଫ କରିବା ସହ ଜେଲ ପଠାଇ ଦେଇଛି । ସେପଟେ ହତ୍ୟାରେ ବ୍ୟବହୃତ ହୋଇଥିବା ହତିଆରକୁ ମଧ୍ୟ ଜବତ କରିଛି ପୋଲିସ ।

ଚନ୍ଦ୍ରପାଲ ରାଜ୍ୟ ବାହାରେ ରହି କାମ କରନ୍ତି । ଗାଁରେ ତାଙ୍କ ପତ୍ନୀ ଓ ପିଲା ଛୁଆ ରହନ୍ତି । ୨ ଝିଅଙ୍କ ବିବାହ ମଧ୍ୟ କରିସାରିଥିଲେ ଚନ୍ଦ୍ରପାଲ । ଆଉ ଏବେ ସେ ନିଜ ପରିବାର ସହ ଖୁସିରେ ରହୁଥିଲେ । ହେଲେ କଣ ଏମିତି ହେଲା ଯେ ଶେଷରେ ତାଙ୍କୁ ହତ୍ୟା କଲେ ତାଙ୍କ ପତ୍ନୀ । କାହିଁକି ନିଜ ସ୍ୱାମୀ ଓ ପିଲାଛୁଆଙ୍କ ସମ୍ପର୍କକୁ ଭୁଲି ଗଲେ ପତ୍ନୀ । ହଁ ଆଜ୍ଞା ସବୁରି ମୂଳରେ ସେହି ଗୋଟିଏ, ତାହା ହେଉଛି ପ୍ରେମ ସମ୍ପର୍କ । ନିଜ ପ୍ରେମକୁ ପାଇବାକୁ ଶେଷରେ ନିଜ ସ୍ୱୀମୀଙ୍କୁ ହତ୍ୟା କରିବାକୁ ପଛାଇ ନଥିଲେ ସ୍ତ୍ରୀ ।

ଚନ୍ଦ୍ରପାଲଙ୍କ ସ୍ତ୍ରୀ କମଳା ଦେବୀ ଗାଁରେ ରହୁଥିବା ବେଳେ ସେହି ଗାଁର ଅଜୟ କୁମରାଙ୍କ ସହ ତାଙ୍କ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ସବୁକିଛି ଠିକଠାକ ଥିଲା । ହେଲେ ଲକଡାଉନ ପାଇଁ ଗାଁକୁ ଫେରିଆସିଥିଲେ ଚନ୍ଦ୍ରପାଲ । ଫଳରେ କମଳା ଦେବୀ ଓ ଅଜୟଙ୍କ ମଧ୍ୟରେ ବାଧକ ସୃଷ୍ଟି ହୋଇଥିଲା । ତେଣୁ ଉଭୟ ରଚିଥିଲେ ଭୟଙ୍କର ଷଡଯନ୍ତ୍ର । ସବୁଦିନ ପାଇଁ ଚନ୍ଦ୍ରପାଲଙ୍କୁ ରାସ୍ତାରୁ ହଟାଇବା ପାଇଁ ହୋଇଥିଲା ପ୍ଲାନ ।

ମେ ୩୦ ତାରିଖରେ ଚନ୍ଦ୍ରପାଲ ଅନ୍ୟ ଗାଁକୁ କୌଣସି କାମରେ ଯାଇଥିଲେ । ଫେରିବା ବେଳେ ଅଜୟ କୁମାର ଏକ ନିଛାଟିଆ ସ୍ଥାନ ଦେଖି ତାଙ୍କ ମୁଣ୍ଡକୁ ହାତୁଡି ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ ଚନ୍ଦ୍ରପାଲଙ୍କ ମୃତ୍ୟୁ ହୋଇଥିଲା । ଏହି ଖବର ପାଇ ପୋଲିସ ଘଟଣାର ତଦନ୍ତ କରି ଉଭୟଙ୍କୁ ଗିରଫ କରିଥିଲା । ଆଉ ଜେରା ପରେ ଉଭୟ ନିଜ ଦୋଷ ସ୍ୱୀକାର କରିଥିଲେ ।