ଦୁର୍ଘଟଣା ଛଡ଼ାଇନେଲା ପରିବାରର ଖୁସି । ୨ ବର୍ଷ ହେଲାଣି ବିଛଣାରେ ପଡ଼ିଛନ୍ତି ସାନପୁଅ, ଚିକିତ୍ସା ପାଇଁ ସରିଆସିଲାଣି ସବୁ ଅର୍ଥ
କନକ ବ୍ୟୁରୋ : ଆଖିରୁ ଶୁଖୁନି ଲୁହ । ପୁଅର ଏଭଳି ଅବସ୍ଥା ଦେଖି ମା’ କୋହ ସମ୍ଭାଳି ପାରୁନି । ପୁଅ କେବେ ଠିକ୍ ହୋଇ ପୂର୍ବ ଭଳି କାମକୁ ଯିବ ସେ କଥା ଭାବି ଆଖିରୁ ସୁଖୁନି ଲୁହ । ବିଛଣାରେ ସଡ଼କ ଦୁର୍ଘଟଣାରେ ଶର୍ଯ୍ୟାସୟୀ ହୋଇ ପଡ଼ି ରହିଛି ସାନ ପୁଅ ସଂଜୟ । ପୁଅର ଯତ୍ନ ଏକା ନେବା ତାଙ୍କ ପାଖରେ ସମ୍ଭବ ହେଉନଥିବାରୁ ମଝିଆ ଭାଇ ସାଜିଛି ସାନ ଭାଈର ସାହାର । ଚାକିରି ଛାଡ଼ି ସାନ ଭାଈର ସେବାରେ ଲାଗିଛି ମଝିଆ ଭାଇ ବିଜୟ କୁମାର । ସାନ ଭାଇ ସେବାରେ ନିଜକୁ ଏତେ ବ୍ୟସ୍ତ ରଖଛନ୍ତି ଯେ ଏହାରି ଭିତରେ ତାଙ୍କ ବି ଗୋଟେ ପରିବାର ଅଛି ଏକଥା ଭୁଲି ଯାଇଛନ୍ତି । ବିଛଣାରେ ପଡ଼ି ରହିଥିବା ସାନ ଭାଈକୁ ଖାଦ୍ୟ ପାନୀୟ ଦେବାଠାରୁ ଆରମ୍ଭ କରି ରୋଷେଇ ବାସ ସହ ସମସ୍ତ କାର୍ଯ୍ୟ କରୁଛନ୍ତି । ପରିବାରର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡ଼ିଛନ୍ତି ମାଆ ।

Kanak News is now on WhatsApp
Join and get latest news updates delivered to you via WhatsApp
କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକ ଭଗବାନପୁର ଗାଁର ମଂଜୁବାଳା ସ୍ୱାଇଁ । ସ୍ୱାମୀ ଅନେକ ବର୍ଷ ହେବ ଆରପାରିକୁ ଚାଲିଯାଇଥିବା ବେଳେ ୩ ପୁଅକୁ ନେଇ ଦୁଃଖ ସୁଖରେ ରହୁଥିଲେ । ହେଲେ ପରିବାରକୁ ଦାଉସାଜିଲା ଦଇବ । ସାନପୁଅ ସଂଜୟ ଭୁବନେଶ୍ୱରରେ ରହି ଏକ ଘରୋଇ କମ୍ପାନୀରେ କାମ କରୁଥିଲେ ଭଲ ରୋଜଗାର ମଧ୍ୟ କରୁଥିଲେ । ହେଲେ ଏକ ସଡ଼କ ଦୁର୍ଘଟଣା ସବୁ କିଛି ବଦଳାଇଦଇଛି । ଦୁଇ ବର୍ଷ ତଳେ ହୋଲିରେ ଭୁବନେଶ୍ୱରରୁ ଘରୁକୁ ଫେରୁଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଗୁରୁତର ଆହାତ ହୋଇଥିଲେ । ୨ ବର୍ଷ ହେବ ଚିକିତ୍ସିତ ହେବା ପରେ ମଧ୍ୟ ସଂପୂର୍ଣ୍ଣ ସୁସ୍ଥ ହୋଇ ନପାରି ଏବେ ବିଛଣାରେ ପଡ଼ି ରହିଛନ୍ତି ଘରେ ଥିବା ସୁନା ଗହଣା ଜମିବାଡ଼ି ସବୁ ବିକ୍ରି କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ସାରିଲେଣି । ପାଖରେ ଏବେ ଅର୍ଥ ନଥିବାରୁ ଚିକିତ୍ସା କରିନପାରି ଘରେ ପକାଇ ରଖିଛନ୍ତି । ଫିଜିଓ ଥେରାପି ପାଇଁ ଆବଶ୍ୟକ ହେଉଥିବା ଅର୍ଥ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ୁଛି ।
ଭାଇ ପ୍ରତି ଭାଇର ତ୍ୟାଗ ଓ ବଳିଦାନ ସମାଜର ଏକ ଉଦାହରଣ ସୃଷ୍ଟି କରିଛି । ହେଲେ ଅର୍ଥାଭାବରୁ ଅଧିକ ଚିକିତ୍ସା ହୋଇନପାରି ବିଛଣାରେ ପଡ଼ି ରହିଥିବା ସଂଜଙ୍କର ଚିକିତ୍ସା ପାଇଁ ସହାୟତା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଗୁହାରୀ କରିଛନ୍ତି ।
ଆପଣମାନେ ମଧ୍ୟ ଚାହିଁଲେ ସଂଜୟ ଚିକିତ୍ସା ପାଇଁ ଆର୍ଥିକ ସାହାର୍ଯ୍ୟ କରିପାରିବେ । ତାଙ୍କ ମା’ଙ୍କ ଆକାଉଂଟ ଜରିଆରେ ସାହାର୍ଯ୍ୟ କରିପାରିବେ ।
ନାମ-ମଞ୍ଜୁବାଳା ସ୍ୱାଇଁ
ଏସବିଆଇ ଆକାଉଂଟ ନମ୍ବର- ୦୫୯୮୧୦୯୪୬୮
ଆଇଏଫଏସସି କୋଡ ନମ୍ବର- ଝଈଓଘ୦୦୦୮୦୯୫
ଫୋନ ପେ’ ନମ୍ବର- ୮୬୫୮୬୩୬୧୨୬
ଏହି ଆକାଉଂଟ ନମ୍ବର ଏବଂ ଫୋନେ ପେ ଜରିଆରେ ସଂଜୟଙ୍କ ପରିବାର ଆପଣମାନେ ଚାହିଁଲେ ମଧ୍ୟ ସାହାର୍ଯ୍ୟ କରିପାରିବେ ।