କୂଅରେ ପଡ଼ି ଛଟପଟ ହେଉଥିଲା ଛୁଆ । ଚିଆଁଚିଆଁ ଶବ୍ଦ କରି ଚିତ୍କାର କଲା ମାଙ୍କଡ଼ ମା’ । ପଶୁ ବୋଲି କେହି ବୁଝିଲେନି ମା’ର ମମତା, ଶେଷ ଯାଏଁ ସଂଘର୍ଷ କରି ମୃତ୍ୟୁ ମୁହଁରୁ କୋଳର ଝୁଲଣାକୁ ଟେକିଆଣିଲା । ମାଙ୍କଡ଼ ମା’ର ମମତା ଭରା ଭିଡ଼ିଓ ଦେଖିଲେ ମା’ କୋଳ କଥା ମନେ ପକାଇବ ମଣିଷ…

954

କନକ ବ୍ୟୁରୋ: ମା’ର ରୂପ ଅନେକ ହେଲେ ମମତା ଏକ । ମା’ ଶବ୍ଦରେ ହିଁ ଥାଏ ମମତା, ମା ଶବ୍ଦରେ ଭରି ରହିଥାଏ ମାପି ହେଉନଥିବା ଶକ୍ତି । ଯେତେବେଳେ ନିଜ ଛୁଆ ଉପରେ କିଛି ବିପତ୍ତି ମାଡ଼ିଆସେ ସେତେବେଳେ ମା’ ସାଜିଥାଏ ସିଂହବାହିନୀ ଆଉ ତା ଛୁଆର ଜୀବନ ପାଇଁ ନଜି ଜୀବନକୁ ବି ପାଣି ଛଡ଼ାଇଦିଏ । ସବୁ ସଙ୍କଟ ସାମ୍ନାରେ ଲଢ଼ିବାକୁ ସେ କେମିତି ଶକ୍ତିଦାୟିନୀ ପାଲଟିଯାଏ ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ମାଙ୍କଡ଼ ମା’ର ମମତା ଭରା ଭିଡ଼ିଓରେ । ମାଙ୍କଡ଼ ଛୁଆଟି କୂଅ ଭିତରେ ପଡ଼ିଯିବା ପରେ ମାଙ୍କଡ଼ ମା’ କେମିତି ମୃତ୍ୟୁର କୂଅ ମୁହଁରେ ଜୀବନ ବାଜି ଲଗେଇଦେଇଛି ଦେଖନ୍ତୁ…

ଦେଖିଲେ ତ, ପଶୁ ବୋଲି କଥା କହିପାରୁନଥିବା ମାଙ୍କଡ଼ ମା’ ଛୁଆକୁ ବଞ୍ଚେଇବା ପାଇଁ ଅନେକ ସଂଘର୍ଷ କଲା । ଆଉ ପାଖରେ ଥିବା ଅନେକ ଲୋକଙ୍କୁ ହେଲେ ଚିଆଁ ଚିଆଁ ଶବ୍ଦ କରି ଡାକିଲା କିନ୍ତୁ କେହି ଯେତେବେଳେ ଶୁଣିଲେଣି ସେତେବେଳେ ନିଜର ସବୁ ବଳ ଲଗାଇ ମୃତ୍ୟୁ ମୁୁହଁରୁ ତା କୋଳର ଝୁଲଣାକୁ ଟେକି ଆଣିଲା । ସତରେ ମା’ର ରୂପ ଅନେକ ହୋଇଥାଇପାରେ କିନ୍ତୁ ତା ମମତା ସବୁ ବେଶରେ ସମାନ ଥାଏ ବୋଲି ମାଙ୍କଡ଼ ମା’ର ମମତା ଭରା ଏହି ଭିଡ଼ିଓଟି ପୁଣି କହିଦେଇଗଲା ।