କନକ ବ୍ୟୁରୋ: ରଖେ ହରି ତ ମାରେ କିଏ? ଯାଜପୁର କୋରେଇର ଟ୍ରେନ ଦୁର୍ଘଟଣା କିଏ ମାଆକୁ ହରାଇଛି ତ କିଏ ନିଜ ସ୍ତ୍ରୀକୁ ହରାଇଛି । ହେଲେ ଏଥିରେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତି ଯାଇଛି ୬ମାସର ଶିଶୁ । ଟ୍ରେନ ଦୁର୍ଘଟଣାରେ ମାଆ ଓ ଆଇ ଚାଲିଯାଇଛନ୍ତି ଆରପାରିକୁ । ହେଲେ ସୌଭାଗ୍ୟବସତଃ ମୃତ୍ୟୁମୁଖରୁ ବଞ୍ଚିଯାଇଛି କୁନି ଶିଶୁଟି । ଆଜି ଡାକ୍ତର ଦେଖାଇବାକୁ ସ୍ତ୍ରୀ କଣ୍ଢେଇ, ଶାଶୁ ଓ ନିଜ ୬ମାସର ପିଲାକୁ ନେଇ କଟକ ଯାଇଥାନ୍ତେ ବଳରାମ । କୋରେଇ ଷ୍ଟେସନରେ ଟିକେଟ୍ କାଟି ଟ୍ରେନ ପାଇଁ ଅପେକ୍ଷା କରିଥିଲେ । ସ୍ତ୍ରୀଙ୍କ ପାଇଁ ଚାହା ଆଣିବାକୁ ଯାଇଥିଲେ । ଆଉ ଏହି ସମୟରେ ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ବଳରାମଙ୍କ କହିବା ଅନୁସାରେ ଦୁର୍ଘଟଣା ବେଳେ କୁନି ଝିଅକୁ ତାର ଆଇ କୋଳରେ ଧରିଥିଲେ । ଆଉ ଦୁର୍ଘଟଣାବେଳେ ନିଜ ଜୀବନ ବାଜିରେ ଲଗାଇ କୁନି ପିଲାଟିର ଜୀବନ ବଞ୍ଚାଇଥିବା କ୍ୟାମେରା ଆଗରେ ଦୁଃଖ କାହାଣୀ କହିଛନ୍ତି ପରିବାର ଲୋକେ ।
ରଖେ ହରି ତ ମାରେ କିଏ? ଟ୍ରେନ ଦୁର୍ଘଟଣାରେ ଚାଲିଗଲା ମା’ର ଜୀବନ। ମୃତ୍ୟୁମୁଖରୁ ବଞ୍ଚିଲା କୁନି ଶିଶୁର ଜୀବନ ।
/kanak/media/post_attachments/wp-content/uploads/2022/11/8-13.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)