କନକ ବ୍ୟୁରୋ: ରାଜସ୍ଥାନ ବାରମେରରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଜଣେ ମହିଳା ନିଜର ୪ ପିଲାଙ୍କୁ ପାଣି ଟାଙ୍କିରେ ବୁଡାଇ ମାରିବା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ଜଣାପଡିଛି । ରବିବାର ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ମୁତାବକ, ମହିଳାଙ୍କ ସ୍ୱାମୀ ଗତ ୧୫ ଦିନ ହେବ କାମ କରିବାକୁ ବାହାରକୁ ଯାଇଥିଲେ । ଏହି ସମୟ ମଧ୍ୟରେ ମହିଳା ଜଣକ କୌଣସି କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଇଥିଲେ । ପିଲାଙ୍କ ମାରି ନିଜେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିବା ସର୍ମୟରେ କିଛି ଲୋକ ଜାଣିପାରି ତାଙ୍କୁ ଉଦ୍ଧାର କରିଥିଲେ । ପିଲାଙ୍କ ସହ ମା’କୁ ନେଇ ହସ୍ପିଟାଲରେ ପହଞ୍ଚାଇଥିଲେ ବି ଡାକ୍ତର ୪ ପିଲାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ମା’ର ଚିକିତ୍ସା ଚାଲିଥିବା ଜଣାପଡିଛି । ଏଭଳି ଘଟଣାର ପଛର କାରଣ ଖୋଜୁଛି ପୋଲିସ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/06/Capture-2.jpg)