ହତ୍ୟାକାରୀ ସାଜିଲା ଜନ୍ମକଲା ମା’ । ୬ ଦିନର କଅଁଳା ଶିଶୁକନ୍ୟାକୁ କଲା ହତ୍ୟା । 

107

କନକ ବ୍ୟୁରୋ: ୬ ଦିନର ନବଜାତ ଶିଶୁକନ୍ୟାକୁ ହତ୍ୟା । ଏଭଳି ନୃଶଂସ କାଣ୍ଡ ଘଟାଇଛି ଶିଶୁକନ୍ୟାର ଜନ୍ମକଲା ମା’ । ଏ ଘଟଣାରେ ପୋଲିସ ଅଭିଯୁକ୍ତ ମହିଳା ବନ୍ଦନା ପାତ୍ରକୁ ଗିରଫ କରିଛି ।

ଘଟଣାଟି ହେଉଛି ଗତ ୫ ତାରିଖର । ବସ୍ତା ବ୍ଲକର କର୍ମଦ୍ଦା ଥାନା ସିଆଁରୋଇ ଗ୍ରାମର ବଳରାମ ପାତ୍ରଙ୍କ ପତ୍ନୀ ବନ୍ଦନା ଫେବୃଆରୀ ୨୭ ତାରିଖରେ ଏକ କନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଜନ୍ମର ୬ ଦିନ ଅର୍ଥାତ୍ ମାର୍ଚ୍ଚ ୫ ତାରିଖରେ ଶିଶୁଟିର ମୃତଦେହ ମିଳିଥିଲା । କୌଣସି ଜନ୍ତୁ ଟାଣିନେଇ ଶିଶୁଟିକୁ ପୋଖରୀରେ ପକାଇ ଦେଇଥିଲେ ଶିଶୁର ମା’ ଅଭିଯୋଗ କରିଥିଲେ । ତେବେ ପୋଲିସ ନିଜ ଆଡ଼ୁ ମାମଲା ରୁଜୁ ତଦନ୍ତ କରିଥିଲେ । ପୋଷ୍ଟ ମର୍ଟମ ରିପୋର୍ଟ ଯେତେବେଳେ ଆସିଲା, ତାହା ସମସ୍ତଙ୍କୁ ଚକିତ କରିଥିଲା । ରିପୋର୍ଟରେ ଶିଶୁଟିର ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡ଼ିଛି । ଯାହା ପରେ ପୋଲିସ ଶିଶୁର ମା’କୁ ଗିରଫ କରିଛି ।