କନକ ବ୍ୟୁରୋ : ପ୍ରେମିକ ପାଇଁ ପିଶାଚିନୀ ପାଲଟିଗଲା ମା’। ନିଜ ଜନ୍ମକଲା ପୁଅର ତଣ୍ଟିଚିପି ହତ୍ୟା କରିବାକୁ ପଛାଇ ନାହିଁ ମା’ ଲିଲି ସୁନେଲ। ଦେବଗଡ ପୈାରାଞ୍ଚଳ ଚର୍ଚ୍ଚ ସାହିରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଗତ ଜୁଲାଇ ୧ ତାରିଖ ଦିନ କେନ୍ଦ୍ରୀୟ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀ ଛାତ୍ର ମିକୁ ସୁନେଲର ଅସ୍ୱାଭାବିକ ମୃତ୍ୟୁ ଘଟଣାର ପର୍ଦଫାଶ କରିଛି ପୁଲିସ । ମୃତ ଛାତ୍ରର ଘରର ପାରିପାର୍ଶ୍ବିକ ସ୍ଥିତି ଓ ବ୍ୟବଚ୍ଛେଦ ରିପୋର୍ଟ ଆଧାରରେ ଛାତ୍ର ମୃତ୍ୟୁ ଘଟଣାରେ ନିଜ ଜନ୍ମ ଦାତ୍ରୀ ମା ହତ୍ୟାକାରି ସାଜିଥିବା ବୋଲି ପୁଲିସ ସୂଚନା ଦେଇଛି ।
ଏଥିସହ ଭାରତୀୟ ନ୍ୟାୟ ସଂହିତାର ବିଭିନ୍ନ ଧାରାରେ ମାମଲା ଋୁଜ୍ଜୁ କରି ଅଭିଯୁକ୍ତ ଲିଲି ସୁନେଲକୁ କୋର୍ଟ ଚାଳାଣ କରିଛି । ଅଦାଳତରେ ଜାମିନ ନାମଞ୍ଜୁର ହେବାରୁ ପୁତ୍ରହନ୍ତା ମାକୁ ଜେଲ ହାଜତ କୁ ପଠାଇ ଦିଆଯାଇଛି । ତେବେ ଲିଲିଙ୍କ ସ୍ବାମୀ କୂଳମଣି ଚେନ୍ନାଇରେ ରହୁଥିବା ବେଳେ ପାଳଲହଡା ଥାନା ଗୁରୁଜାଙ୍ଗ ଗାଁର ରଞ୍ଜନ ନାଏକ ନାମକ ଜଣେ ଯୁବକ ସହ ଲିଲିଙ୍କ ଅନୈତିକ ସମ୍ପର୍କ ଥିବା ଅଭିଯୋଗ ହୋଇଛି । ପୁଅ ମା’ର ପ୍ରେମ ସମ୍ପର୍କ ବିଷୟରେ ଜାଣିଥିବାରୁ ପୁଅକୁ ସୁଚିନ୍ତିତ ଭାବେ ସବୁଦିନ ପାଇଁ ରାସ୍ତାରୁ ହଟାଇଦେଇଛି ମା’ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)
/kanak/media/post_attachments/wp-content/uploads/2024/07/25-2.jpg)