ବୋହୂ ପାଇଁ ଚାଲିଗଲା ଶାଶୂଙ୍କ ଜୀବନ, ପାରିବାରିକ କଳହରୁ ଶାଶୂଙ୍କୁ ଘରେ ପୁରାଇଲେନି ବୋହୂ।

ବୋହୂ ପାଇଁ ଚାଲିଗଲା ଶାଶୂଙ୍କ ଜୀବନ, ପାରିବାରିକ କଳହରୁ ଶାଶୂଙ୍କୁ ଘରେ ପୁରାଇଲେନି ବୋହୂ।

କନକ ବ୍ୟୁରୋ: ବୋହୂର ବିରୋଧ ପାଇଁ ୧୮ ଘଣ୍ଟାରୁ ଅଧିକ ସମୟ ଘର ଆଗରେ ପଡିରହିଲା ଶାଶୂଙ୍କ ଶବ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୟାଗଡ଼ ରଣପୁର ବ୍ଲକ ଅନ୍ତର୍ଗତ ହରିହରପୁର ଗାଁରେ । ସୂଚନା ଅନୁସାରେ ଏହି ଗାଁର ନିରଞ୍ଜନ ନାୟକଙ୍କ ମା’ ମିନା ନାୟକ କିଛି ଦିନ ହେବ ଅସୁସ୍ଥ ଥିବାରୁ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରୁ ଚିକିତ୍ସା ହୋଇ ଗତକାଲି ସନ୍ଧ୍ୟା ସମୟରେ ଗାଁକୁ ଫରିଥିଲେ । କିନ୍ତୁ ପାରିବାରିକ କଳହରୁ ବୋହୂ ପୁଷ୍ପଲତା ନାୟକ ଶାଶୂଙ୍କୁ ଘରେ ନପୁରାଇବା ପାଇଁ ବିରୋଧ କରିବା ସହ ଭିତର ପଟୁ ଘରକୁ ତାଲା ପକାଇଦେଇଥିଲେ । ଫଳରେ ତାଙ୍କ ଶାଶୁ ଓ ସ୍ୱାମୀ ରାତିସାରା ଘର ବାରଣ୍ଡାରେ ବସିଥିବା ବେଳେ ଶାଶୁ ମିନା ନାୟକଙ୍କର ମୃତ୍ୟୁ ହୋଇଥିଲା । ସକାଳୁ ଘଟଣା ସ୍ଥଳରେ ଚାନ୍ଦପୁର ପୋଲିସ ପହଞ୍ଚି ବୋହୂଙ୍କୁ ବୁଝାସୁଝା କରିଥିବା ବେଳେ ଗାଁ ଲୋକଙ୍କ ହସ୍ତକ୍ଷେପ ପରେ ଶବ ଦାହ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe