ମୃତ ପୁଅର ସ୍ମୃତିରେ ଗୀତ ଲେଖି ରେକର୍ଡ କଲେ ମା’ । ଚର୍ଚ୍ଚାରେ ଭଦ୍ରକର ସୁଜାତା ଖଟୁଆ ।

299

କନକ ବ୍ୟୁରୋ: ଦୁର୍ଘଟଣାରେ ପୁଅର ମୃତ୍ୟୁ ପରେ ଗୀତ ଲେଖି ରେକର୍ଡ କଲେ ମା’ । ଭଦ୍ରକ ସହରର ନରିପୁର ଅଞ୍ଚଳର ସୁଜାତା ଖଟୁଆଙ୍କ ପୁଅ ଗତ ଏକ ବର୍ଷ ପୂର୍ବେ ବେଙ୍ଗଲୁରରେ ରହି ମେଡିକାଲ ପାଠ୍ୟକ୍ରମ କରୁଥିଲେ । ତେବେ ଶେଷ ପରୀକ୍ଷା ପୂର୍ବରୁ ଏକ ଭୟଙ୍କର ଦୁର୍ଘଟଣାରେ ଗୁରୁତର ହୋଇ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ । ଘରର ଏକ ମାତ୍ର ସନ୍ତାନକୁ ହରାଇ ପରିବାର ଦୁଃଖରେ ଭାଙ୍ଗିପଡିଥିଲେ । ପୁଅକୁ ହରାଇ ସଚେତନତା କରାଇବା ଲକ୍ଷରେ ଗୀତ ଲେଖୁଥିଲେ ମା । ଏବେ ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଲେ ମା ସୁଜାତା ଖଟୁଆ ।