କନକ ବ୍ୟୁରୋ: ଗଞ୍ଜାମ ପୋଲସରାରେ ପ୍ରସିଦ୍ଧ ମା’ଗୈାରିଆମ୍ମାଙ୍କ ଯାତ୍ରା ଅନୁଷ୍ଠିତ ହୋଇଛି । ବହୁ ପୁରାତନ କାଳରୁ ଏଠାରେ ଏହି ପୂଜା ପାଳନ କରାଯାଉଛି । ବହୁ ବର୍ଷ ପୂର୍ବେ ପ୍ରଥମେ ପୋଲସରାରେ ରହୁଥିବା ଡେରା ସମ୍ପ୍ରଦାୟର ଲୋକେ ହଇଜା ମହାମାରୀରୁ ବଞ୍ଚିବା ପାଇଁ ମାଙ୍କ ପୂଜା କରିଥିଲେ । ଲୋକଙ୍କ ବିଶ୍ୱାସରେ ମାଆ ଗୈାରି ଅମ୍ମାଙ୍କ କୃପାରୁ ହଇଜା ମହାମାରୀ ଦୂର ହୋଇଥିଲା । ଏହା ପରଠାରୁ ଆଜି ଯାଏଁ ବର୍ଷ ବର୍ଷ ଧରି ଡ଼େରା ସମ୍ପ୍ରଦାୟର ଲୋକେ ତଥା ପୋଲସରାବାସୀ ଏହାକୁ ପାଳନ କରୁଛନ୍ତି । କିନ୍ତୁ ଦୁଇବର୍ଷ ଧରି କରୋନା ମହାମାରି ଲାଗି ରହିଥିବାରୁ ମା ଗୌରିଆମ୍ମାଙ୍କ ଯାତ୍ରା ବନ୍ଦ ଥିଲା । ଚଳିତ ବର୍ଷ ଏହି ଯାତ୍ରା ବେଶ ଧୁମ୍ଧାମରେ ପାଳିତ ହେଉଛି ଯାତ୍ରା ଦଖିବା ପାଇଁ ଦୂରଦୂରାନ୍ତରୁ ଭକ୍ତଙ୍କ ସମାଗମ ହେଉଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us