ଭଞ୍ଜନଗରରେ ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ। ୩ ଦିନ ଧରି ଚାଲିଥିଲା ଚିକିତ୍ସା।

ଭଞ୍ଜନଗରରେ ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ। ୩ ଦିନ ଧରି ଚାଲିଥିଲା ଚିକିତ୍ସା।

କନକ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ । ଭଞ୍ଜନଗର  ଉତ୍ତର ଘୁମୁସର ବନଖଣ୍ଡ ଅଧିନ ଗାଲେରୀ ରେଞ୍ଜ ଲେଙ୍ଗଡ଼ା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଗତ କିଛି ଦିନ ତଳେ ହାତୀଟି ଅସୁସ୍ଥ ଥିବାବେଳେ ଧାନ ବିଲରେ ଧାନ ଗଛ ଖାଇ ଜଙ୍ଗଲକୁ ଯାଇପାରିନଥିଲା । ନନ୍ଦନକାନନରୁ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ କରିଥିଲେ । ବନ କର୍ମଚାରୀ ହାତୀଟିକୁ ଉଦ୍ଧାର କରି ଚିକିତ୍ସିତ କରୁଥିବା ସୂଚନା ରହିଛି । ହାତିଟି ନିସ୍ତେଜ ହୋଇ ତଳେ ପଡ଼ିଯିବା ପରେ ଡାକ୍ତରୀ ଦଳ ହାତୀର ଚିକିତ୍ସା କରିଥିଲେ ।

ହାତୀ ପାଟିରେ ସଂକ୍ରମଣ ହୋଇଥିବା ଜାଣିବାକୁ ପାଇଥିଲେ । ସଂକ୍ରମଣ ସ୍ଥାନରେ ପୋକ ଲାଗି ରହିଥିବାରୁ ଅସ୍ତ୍ରୋପଚାର କରି ବାହାର କରିଥିଲେ । ସଂକ୍ରମଣ ପାଇଁ ହାତୀ ଖାଦ୍ୟ ଗ୍ରହଣ କରିନପାରି ଦୁର୍ବଳ ହୋଇପଡ଼ିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe