କନକ ବ୍ୟୁରୋ: ଚିକିତ୍ସାଧୀନ ଅବସ୍ଥାରେ ମାଈ ହାତୀର ମୃତ୍ୟୁ । ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡ ଅଧିନ ଗାଲେରୀ ରେଞ୍ଜ ଲେଙ୍ଗଡ଼ା ଗାଁ ନିକଟ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ହୋଇଛି । ଗତ କିଛି ଦିନ ତଳେ ହାତୀଟି ଅସୁସ୍ଥ ଥିବାବେଳେ ଧାନ ବିଲରେ ଧାନ ଗଛ ଖାଇ ଜଙ୍ଗଲକୁ ଯାଇପାରିନଥିଲା । ନନ୍ଦନକାନନରୁ ଏକ ଡାକ୍ତରୀ ଦଳ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ପ୍ରଥମେ ଟ୍ରାଙ୍କୁଲାଇଜ କରିଥିଲେ । ବନ କର୍ମଚାରୀ ହାତୀଟିକୁ ଉଦ୍ଧାର କରି ଚିକିତ୍ସିତ କରୁଥିବା ସୂଚନା ରହିଛି । ହାତିଟି ନିସ୍ତେଜ ହୋଇ ତଳେ ପଡ଼ିଯିବା ପରେ ଡାକ୍ତରୀ ଦଳ ହାତୀର ଚିକିତ୍ସା କରିଥିଲେ ।
ହାତୀ ପାଟିରେ ସଂକ୍ରମଣ ହୋଇଥିବା ଜାଣିବାକୁ ପାଇଥିଲେ । ସଂକ୍ରମଣ ସ୍ଥାନରେ ପୋକ ଲାଗି ରହିଥିବାରୁ ଅସ୍ତ୍ରୋପଚାର କରି ବାହାର କରିଥିଲେ । ସଂକ୍ରମଣ ପାଇଁ ହାତୀ ଖାଦ୍ୟ ଗ୍ରହଣ କରିନପାରି ଦୁର୍ବଳ ହୋଇପଡ଼ିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/02/vlcsnap-2023-02-08-18h40m46s751.jpg)