ଖାଉଟିଙ୍କୁ ପୁଣି ଝଟକା , ଅମୁଲ ପରେ ଏବେ ମଦର ଡେଏରୀ ବଢାଇଲା କ୍ଷୀରର ଦାମ

90

କନକ ବ୍ୟୁରୋ : ତୈଳଦରର ଅହେତୁକ ବୃଦ୍ଧି ସାଧାରଣ ଜନତାଙ୍କୁ ହନ୍ତସନ୍ତ କରୁଥିବା ବେଳେ ଦୁଗ୍ଧ ପ୍ରକ୍ରିୟାକରଣ କରୁଥିବା କମ୍ପାନୀମାନେ ବି ଦାମ ବଢାଇବାରେ ପଛରେ ପଡି ନାହାନ୍ତି । ଡେଏରୀ ବ୍ରାଣ୍ଡ ଅମୁଲ ପରେ ଏବେ ମଦର ଡେଏରୀ ବି ତା’ର କ୍ଷୀରର ଦାମ ବୃଦ୍ଧି କରିଛି । ଦିଲ୍ଲୀରେ ଏହି ବ୍ରାଣ୍ଡର କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦାମ ଜୁଲାଇ ୧୧ ତାରିଖ ଠାରୁ ଲାଗୁ ହେବ । କହିରଖୁ କି ଜୁଲାଇ ପହିଲାରୁ ଦେଶର ସବୁଠାରୁ ବଡ ଦୁଗ୍ଧ ଉତ୍ପାଦନକାରୀ କମ୍ପାନୀ ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା ।

ମଦର ଡେଏରୀ ପକ୍ଷରୁ କୁହାଯାଇଛି କି ଜୁଲାଇ ୧୧ ତାରିଖ ଠାରୁ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିବାକୁ କମ୍ପାନୀ ବାଧ୍ୟ ହୋଇଛି । ଏହି ବର୍ଦ୍ଧିତ ଦର କ୍ଷୀରର ସବୁ ଭାରିଆଣ୍ଟ ଉପରେ ଲାଗୁ କରାଯାଇଛି । କହିରଖୁ କମ୍ପାନୀ ୨୦୧୯ ରେ ଶେଷଥର ପାଇଁ କ୍ଷୀରର ଦାମ ବୃଦ୍ଧି କରିଥିଲା ।

କମ୍ପାନୀ ତରଫରୁ କୁହାଯାଇଛି କି କମ୍ପାନୀ ଏବେ କ୍ଷତିରେ ଚାଲିଛି । ଏହାସହ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ହେଉଥିବା ସାମଗ୍ରୀର ଦାମ ବଢିଛି । ଏହାସହ ଦୁଗ୍ଧ ଚାଷୀମାନେ ୪ ସପ୍ତାହ ମଧ୍ୟରେ ଦାମ ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ଗୋଟିଏ ବର୍ଷ ହେବ ଚାଷୀଙ୍କ ଠାରୁ ଅଧିକ ଦାମରେ ଦୁଗ୍ଧ କିଣୁଥିଲେ ବି କମ୍ପାନୀ ତରଫରୁ କ୍ଷୀରର ଦାମ ବୃଦ୍ଧି କରାଯାଇ ନଥିଲା