କନକ ବ୍ୟୁରୋ: ଜଣେ ଅସହାୟ ମାର କାନ୍ଦ ପଥରକୁ ବି ତରଳାଇ ଦେବ । ମା’ର ସଜ୍ଞା ଆଉ କଣ ବା ହୋଇପାରେ । ନିଜ ପୁଅର ଜୀବନ ବଞ୍ଚାଇବାକୁ କେମିତି ଜଣେ ଅସହାୟ ମା କାକୁତି ମୀନତି ହେଉଛି ଦେଖନ୍ତୁ । କହୁଛି ମୋ ପୁଅ ପାଇଁ ମୁଁ ସବୁ କିଛି କରିପାରିବି । ଏମିତି କି ପୁଅକୁ ଭଲ କରିବାକୁ ନିଜ ଆଖି ଆଉ କୀଡନି ବିକିବାକୁ କୋହ ଭରା କଣ୍ଠରେ କହୁଛି ମା...

Advertisment

ଆଉ ମାର କାନ୍ଦ ଦେଖି ନିଜ କୋହ ଅଟଳାଇ ପାରୁନି କୁନି ପୁଅ । ଜୀବନ ଯନ୍ତ୍ରଣାରୁ ମୁକ୍ତ କରିବାକୁ ହାତ ଯୋଡି ନେହୁରା ହେଉଛି । କଇଁ କଇଁ ହୋଇ କାନ୍ଦି କହୁଛି ମୋତେ ଭଲ କରିଦିଅ । ମୋତେ ସାହାଯ୍ୟ କର... ଅଭାବୀ ପରିବାରରେ ପିଲାର ଯନ୍ତ୍ରଣା ଦେଖି ବିଚଳିତ ହୋଇପଡ଼ିଛନ୍ତି ପରିବାର । ଅଭାବ ଅନଟନ ଭିତରେ ଜୀବନ ଯନ୍ତ୍ରଣା । ଦୁନିଆ କଣ ଜାଣିନି ହେଲେ ତାପୂର୍ବରୁ ଯନ୍ତ୍ରଣାରେ ଜର୍ଜରିତ ହୋଇପଡ଼ିଛି ଜୀବନ ।

ପୁରୀ ଅସ୍ତରଙ୍ଗ ଅନ୍ତର୍ଗତ କରଞ୍ଜପୁର ଗାଁର ସୁଦର୍ଶନ ପଣ୍ଡା । ପରିବାର କହିଲେ ପତ୍ନୀ ତୃପ୍ତିରେଖା ପଣ୍ଡା ଆଉ ୨ ପୁଅ ୨ ଝିଅ । ଅଭାବ ଭିତରେ ଖଣ୍ଡିଏ ଘରକୁ ଛାଡିଦେଲେ ଜମିବାଡି କିଛି ନାହିଁ । ଗାଁକୁ ଗାଁ ବୁଲି ସଦର୍ଶନ ପୂଜାପାଠ କରି ଯାହା ଆଣନ୍ତି ଦୁଃଖେ ସୁଖେ ପରିବାର ଚଳିଯାଏ । ଖୁବ ହସ ଖୁସିରେ ଚାଲିଥିଲା ସୁଦର୍ଶନଙ୍କ ପରିବାର । ହେଲେ ଏହି ପରିବାର ଦିନେ ଏମିତି ଦୁଃଖର କଳାବାଦଲ ମାଡି ଆସିବ କେହି କେବେ ଭାବିନଥିଲେ ।

ଦିନେ ବଡ ପୁଅ ଆୟୁଷର ଦେହ ଖରାପ ହେବାରୁ ବାପା, ମା ତାଙ୍କୁ ଡାକ୍ତର ଦେଖାଇଥିଲେ । ପରୀକ୍ଷା ନୀରିକ୍ଷା ପରେ ଯାହା ଜଣାପଡିଲା । ସେଥିରେ ବାପା, ମାଙ୍କ ପାଦ ତଳୁ ମାଟି ଖସିଯାଇଥିଲା । କୁନି ପୁଅ ଆୟୁଷର ହାର୍ଟ ଆଉ ଦୁଇଟି ଯାକ ଫୁସଫୁସ ନଷ୍ଟ ହୋଇଯାଇଛି । ଆଉ ଡାକ୍ତର ବି କହିଦେଇଛନ୍ତି ପୁଅକୁ ଭଲ କରିବାକୁ ୨୫ରୁ ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏତେଗୁଡିଏ ଟଙ୍କା କେଉଁଠୁ ଆସିବ? ବିଭିନ୍ନ ସ୍ଥାନରୁ ଅନୁରୋଧ କରି ନିରାଶ ହେବା ପରେ ଏବେ ଟଙ୍କା ନମିଳିଲେ ନିଜ କିଡନୀ ବିକ୍ରି ପାଇଁ ମାଆ ବି ପ୍ରସ୍ତୁତ ହେଲାଣି ।

ପୁଅକୁ ସୁସ୍ଥ କରିବାକୁ ଜମିବାଡି ଯାହା ଥିଲା ବିକ୍ରି କରିସାରିଛନ୍ତି ଏହି ପରିବାର । ହେଲେ ଏପର୍ଯ୍ୟନ୍ତ ସୁସ୍ଥ ହୋଇନି ଆୟୁଷ । ପୁଅକୁ ଭଲ କରିବାକୁ ଏବେ ଅସହାୟ ହୋଇପଡିଛନ୍ତି ପୂରା ପରିବାର । ଆଉ ସାହାଯ୍ୟ କରିବାକୁ ନେହୁରା ହେଉଛନ୍ତି...ଯଦି କେହି ସଦ ହୃଦୟ ବ୍ୟକ୍ତି ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସନ୍ତେ ତେବେ କୁନି ପୁଅ ଆୟୁଷର ଜୀବନ ବଞ୍ଚି ଯାଆନ୍ତା ।

ଆପଣ ବି ଯଦି ଆୟୁଷଙ୍କୁ ସାହାଯ୍ୟ କରିବାକୁ ଚାହୁଁଛନ୍ତି ଲେଖି ରଖନ୍ତୁ ଆୟୁଷ ମାଙ୍କ ବ୍ୟାଙ୍କ ଡିଟେଲ୍ସ
ନାମ - ତୃପ୍ତିରେଖା ପଣ୍ଡା
ଆକାଉଣ୍ଟ ନମ୍ବର – ୧୧୦୦୬୯୭୬୩୦୧୯
ଆଇଏଫଏସି କୋଡ – ସିଏନଆରବି୦୦୦୬୦୧୫
ଯୋଗାଯୋଗ- ୯୯୩୭୩୫୧୫୪୬

ଆସନ୍ତୁ ଏକାଠି ହେବା ଆୟୁଷଙ୍କୁ ସାହାଯ୍ୟର ହାତ ବଢାଇବା । ଆଉ ତାଙ୍କ ଜୀବନ ବଞ୍ଚାଇ ଦେବା ।