ମାଆ ମୁଁ ୫ ମିନିଟରେ ଆସୁଛି… ଏତିକି କହି ଆଉ ଫେରିନି ପୁଅ… ନିଖୋଜ ପୁଅ ପାଇଁ ମୁଣ୍ଡପିଟି କାନ୍ଦୁଛି ମାଆ…

352

କନକ ବ୍ୟୁରୋ: ପୁଅ କହିଲା ମମି ମୁଁ ୫ ମିନିଟରେ ଆସୁଛି, ପଣ୍ଡିତ ସାରଙ୍କ ପାଖରୁ ପ୍ରୋଜେକ୍ଟ ନେଇ… ପୁଅ ଏତିକି କହି ଯାଇଛି ଯେ ଯାଇଛି ଏଯାଏଁ ଫେରିନି । ପୁଅ ଡ୍ରେନ ପାଣିରେ ଭାସି ଯିବା ପରେ ମୁଣ୍ଡ ପିଟି କାନ୍ଦୁଛି ମାଆ । କେତେବେଳେ ପୁଅ ଆସିବ ତା ଫେରିବା ବାଟକୁ ଚାହିଁ ରହିଥିବା ବେଳେ ଆଖିରୁ ଝରିଯାଉଛି ଧାର ଧାର ଲୁହ । ମାଆ ଯେତେ ଛାତି ପିଟି କାନ୍ଦିରେ ବି ଘରକୁ ଫେରୁନି ୧୫ ବର୍ଷର ପୁଅ, କି ଘରକୁ ଆସୁନି ଭଲ ଖବର ।

ଭୁବନେଶ୍ୱର ଶିରିପୁର ଶତାବ୍ଦୀନଗର ବ୍ୟାଙ୍କ କଲୋନୀରେ ଡ୍ରେନ ପାଣିରେ ଛାତ୍ର ଭାସିଯିବା ପରେ ନିଖୋଜ ଜ୍ୟୋତିର୍ମୟ ବେହେରାଙ୍କ ଘରେ ସୃଷ୍ଟି ହୋଇଛି ଲୁହକୋହର ପରିବେଶ । ବାପାମାଆ ପୁଅ ପାଇଁ କାନ୍ଦୁଛନ୍ତି । ପରିବାର ସହ ପଡୋଶୀ ବି ଏମିତି ଏକ ଅଘଟଣରେ ଭାଙ୍ଗି ପଡିଛନ୍ତି ।

ଗୋଟିଏ ପଟେ ପୋଲିସ ଓ ଅଗ୍ନିଶମ ବାହିନୀ ଡ୍ରେନ ପାଣିରେ ଖୋଜାଖୋଜି କରୁଥିବା ବେଳେ ଅନ୍ଧାର ରାତିରେ ଅପରେସନ କରିବା ବଡ ଚାଲେଞ୍ଜ ସୃଷ୍ଟି କରିଛି । ଆଉ ଏପଟେ ଘରେ ପୁଅ ପାଇଁ କାନ୍ଦବୋବାଳି ପଡିଛି ।