କନକ ବ୍ୟୁରୋ: ପୁଅକୁ ଟିମରେ ଖେଳିବା ପାଇଁ ସୁଯୋଗ ନଦେବାରୁ ମା'ଙ୍କ ଧାରଣା। ପୁଅକୁ ୧୯ ବର୍ଷରୁ କମ ବୟସର ରଣଜୀ ମ୍ୟାଚରେ ଖେଳିବାକୁ ସୁଯୋଗ ନମିଳିପାରିବାରୁ ପିଚରେ ବସି ଧାରଣା ଦେଲେ ମା’ । କୋଚଙ୍କ ବିରୋଧରେ ପକ୍ଷପାତ ଅଭିଯୋଗ ଆଣି ମା’ ସନସାଇନ ଗ୍ରାଉଣ୍ଡରେ ହଙ୍ଗାମା କରିଛନ୍ତି । ଫଳରେ ୧୯ ବର୍ଷରୁ କମ ବୟସର ରଣଜୀ ମ୍ୟାଚ ବାଧାପ୍ରାପ୍ତ ହୋଇଛି ।

Advertisment

ମ୍ୟାଚ ବାଧାପ୍ରାପ୍ତ ହେବାରୁ ଓସିଏର କର୍ମଚାରୀ ମହିଳାଙ୍କୁ ପିଚ ଉପରୁ ଉଠାଇବାକୁ ଯାଇ ମାରପିଟ କରିଛନ୍ତି । ଆଉ ମାରପିଟ କରୁଥିବା ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି । ଓସିଏ ଦ୍ୱାରା ପରିଚାଳିତ ହେଉଛି ୧୯ ବର୍ଷରୁ କମ ବୟସର ବର୍ଗଙ୍କ ଟୁର୍ଣ୍ଣାମେଣ୍ଟ । ପ୍ରତିଯୋଗିତାରେ ଭୁବନେଶ୍ୱର ଏ’ ଟିମର ସଦସ୍ୟ ଅଛନ୍ତି ଆୟୁଷ ମହାନ୍ତି । ଟିମରେ ସାମିଲ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ଖେଳାଯାଉ ନାହିଁ । ଏନେଇ କୋଚ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।