କନକ ବ୍ୟୁରୋ : ଭୁବନେଶ୍ୱର ଇନଫୋସିଟି ଅଞ୍ଚଳରେ ଦୁର୍ଘଟଣାର ଶିକାର ହୋଇଥିବା ବାଛୁରୀର ମୃତ୍ୟୁ ହୋଇଛି । ଆଉ ଏହି ବାଛୁରୀଟିକୁ ଅନ୍ତିମ ସଂସ୍କାର ପାଇଁ ଏକ ଗାଡ଼ିରେ ନେଉଥିବା ବେଳେ ତା’ ମା’ ଗାଡ଼ି ପଛେ ପଛେ ଧାଉଁଥିବାର ଦେଖିବାକୁ ମିଳିଛି । ସତରେ’ ମା’ ମମତାର ତୁଳନା ନାହିଁ । ସେ ମଣିଷ ହେଉ କି ପଶୁ ମା’ ମମତା ଆଗରେ ସବୁ କିଛି ତୁଛ । ଗତ ୧୫ ତାରିଖ ଦିନ ବାଛୁରୀଟିକୁ ଏକ କାର ଦୁର୍ଘଟଣା ଘଟାଇ ଛାଡ଼ି ଚାଲିଯାଇଥିଲା । ଏହି ଘଟଣା ପରେ ଆନିମଲ ପ୍ରୋଟେକ୍ସନର ସଦସ୍ୟ ମାନେ ବାଛୁରୀକୁ ଚିକିତ୍ସା ପାଇଁ ନେଇଥିଲେ ।

Advertisment

ସେହି ସମୟରେ ମଧ୍ୟ ତା ମା’ ତା ପଛେ ପଛେ ଦୌଡ଼ି ଯାଉଥିବାର ଚିତ୍ର ଦେଖିବାକୁ ମିଳିଥିଲା । ଦୁଇ ଜଣ ଯୁବକ ପିଲା ବାଛୁରୀଟିକୁ ଏକ ସ୍କୁଟିରେ ନେଇ ମେଡ଼ିକାଲ ଯାଉଥିବା ବେଳେ ମା’ ଗାଇ ତା ପଛେ ପଛେ ଦୌଡ଼ିଥିଲା । ଆଉ ଆଜି ଛୁଆଟିର ମୃତ୍ୟୁ ହୋଇଯାଇଥିବା ବେଳେ ମା’ ତା ଛୁଆକୁ ନିଜ ଠାରୁ ଦୁରେଇବାକୁ ନାରାଜ । ପଶୁ ଜନ୍ତୁଟିଏ ହୋଇଥିବାରୁ ସେ ଜାଣିପାରୁନାହିଁ ପିଲା ବାଛୁରୀଟି ମରିଛି କି ବଞ୍ଚିଛି । ବାଛୁରୀଟି ମରିପଡ଼ିଥିବା ବେଳେ ସେ ତାକୁ କେତେବେଳ ଚାଟି ପକାଉଛି ତ ପୁଣି କେତେବେଳେ ତା ପଛେ ପଛେ ଧାଇଁଯାଉଛି ।