କନକ ବ୍ୟୁରୋ: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗାଁ ଗାଁରେ ଜମିଛି ନିର୍ବାଚନୀ ମାହୋଲ । ବିଜେଡି, ବିଜେପି ଏବଂ କଂଗ୍ରେସ ପ୍ରମୁଖ ତିନି ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଏବଂ ପ୍ରାର୍ଥୀନି ଆରମ୍ଭ କରିଛନ୍ତି ନିର୍ବାଚନ ପ୍ରଚାର । ପଞ୍ଚାୟତ ସ୍ତରରେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ସରପଞ୍ଚ, ସମିତି ସଭ୍ୟ ଏବଂ ୱାର୍ଡ ମେମ୍ବର ସଭ୍ୟ ସଭ୍ୟା ମଧ୍ୟ ପ୍ରଚାର ଆରମ୍ଭ କରିଛନ୍ତି । ପ୍ରଚାରର ପ୍ରଥମ ଦିନରେ ଦେଖିବାକୁ ମିଳିଛି ଏକ ନିଆରା ଘଟଣା। ନବଜାତ ଶିଶୁକୁ କୋଳରେ ଧରି ପ୍ରାର୍ଥୀ ହୋଇଥିବା ମାଆ ପ୍ରଚାର କରୁଛି ।
ମହାକାଳପଡା ନିର୍ବାଚନ ମଣ୍ଡଳୀର ୨୫ ନମ୍ବର ଜୋନରୁ ବିଜୁ ଜନତା ଦଳର ଜିଲ୍ଲା ପରିଷଦ ପ୍ରାର୍ଥନି ଦୁର୍ଗାଡତୀ ପ୍ରଧାନ ନିଜର ମାସକର ନବଜାତ ଶିଶୁଟିକୁ କୋଳରେ ଧରି ଘର ଘର ବୁଲି ଆରମ୍ଭ କରିଛନ୍ତି ନିର୍ବାଚନ ପ୍ରଚାର । ଏହି ପ୍ରଚାର ମାର୍ଶାଘାଇ ବ୍ଲକର ଦଶିପୁର ପଞ୍ଚାୟତର ମା ଗୋଜବାୟାଣୀଙ୍କ ନିକଟରୁ ଆର୍ଶିବାଦ ନେଇ ନିଜର ସମର୍ଥକ ମାନଙ୍କ ସହିତ ପଞ୍ଚାୟତରେ ପ୍ରଚାର ଆରମ୍ଭ କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ହୋଇଛି ଗାଁ ରାଜନୀତି । ପ୍ରାର୍ଥୀମାନେ ଏବେ ପ୍ରଚାର କରିବା ଆରମ୍ଭ କରିସାରିଲେଣି । କୋଭିଡ କଟକଣା ଭିତରେ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି । ଆଉ ବିଜୟୀ ହେବା ପାଇଁ ନିଜ ନିଜ ରଣନୀତି ଆପଣାଉଛନ୍ତି ବିଭିନ୍ନ ରାଜନୈତିକ ଦଳ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/27/2025-12-27t123421491z-506359015_3114607832035873_6253119802954867050_n-2025-12-27-18-04-21.jpg)
/kanak/media/post_attachments/wp-content/uploads/2022/01/42-9.jpg)