ନିଷ୍ଠୁର ହେଲା ମା’ ! ଭୁବନେଶ୍ୱର ସାଲିଆ ସାହିରେ ପୋଡି ଯାଇଥିବା ଶିଶୁର କଟକ ଏସସିବିରେ ମୃତ୍ୟୁ, କାଲି ମା’ ନିଆଁ ଲଗାଇ ଦେବାପରେ ହୋଇଥିଲା ଗୁରୁତର
କନକ ବ୍ୟୁରୋ: ଭୁବନେଶ୍ୱର ସାଲିଆ ସାହିରେ ପୋଡିହୋଇ ଗୁରୁତର ହୋଇଥିବା ଶିଶୁର କଟକ ଏସସିବିରେ ଆଜି ମୃତ୍ୟୁ ହୋଇଯାଇଛି । ଗତକାଲି ଜନ୍ମକଲା ଶିଶୁକୁ ପୋଡିଦେଇଥିଲା ମାଆ । ସକାଳେ ମାଆ ଜଣକ ତାର ୭ ମାସର ଶିଶୁକୁ ଏକ ଲୁଗା ବିଛାଇ ଶୋଇବା ପାଇଁ ଦେଇଥିଲେ । ହେଲେ ହଠାତ୍ ସେହି ଲୁଗାରେ କିରାସିନି ଢାଲି ନିଆଁ ଲଗାଇ ଦେଇଥିଲେ । ଏହା ଦେଖି ଶିଶୁର ବାପା ତାକୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତି କରିଥିଲେ । ଅବସ୍ଥା ସଂକଟାପଣ୍ଣ ଥିବାରୁ ଶିଶୁଟିକୁ କଟକ ସ୍ଥାନାନ୍ତର କରାଯାଇଥିଲା । ମାଆଟି ମାନସିକ ବିକୃତ ଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ମିଳିଥିବା ସୂଚନାନୁଯାୟୀ, ସାଲିଆସାହି ଶକ୍ତିବିହାରରେ ରଘୁନାଥ ପିଙ୍ଗୁଆ ଓ ତାଙ୍କ ସ୍ତ୍ରୀ ସୁନା ପିଙ୍ଗୁଆଙ୍କ ଦୀର୍ଘ ଦିନ ହେଲା ରହି ଆସୁଥିଲେ। କିଛି ମାସ ପୂର୍ବେ ସୁନା ଏକ ଶିଶୁ କନ୍ୟାଙ୍କୁ ଜନ୍ମ ଦେଇଥିଲେ। ଶିଶୁ କନ୍ୟା ଜନ୍ମ ହେବାର କିଛି ଦିନ ପରେ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଆରମ୍ଭ ହୋଇଥିଲା। ବୁଧବାର ରାତିରେ କୌଣସି କଥାକୁ କେନ୍ଦ୍ର କରି ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହି କଥାକୁ କେନ୍ଦ୍ର କରି ଗତକାଲି ସକାଳ ପ୍ରାୟ ସାଢ଼ ଆଠଟା ସମୟରେ ସୁନା କପଡ଼ାରେ ନିଆଁ ଲଗାଇ ଶିଶୁ କନ୍ୟାକୁ ଶୁଆଇ ଦେଇଥିଲା।
ସୌଭାଗ୍ୟକୁ ଠିକ ସେହି ସମୟରେ ରଘୁନାଥ ସେଠାରେ ପହଞ୍ଚି ଶିଶୁ କନ୍ୟାଟିକୁ ଉଦ୍ଧାର କରିଥିଲେ। ସେତେବେଳକୁ ଶିଶୁଟି ପ୍ରାୟ ୬୦ ପ୍ରତିଶତ ପୋଡ଼ି ଯାଇଥିଲା। ସେ ଶିଶୁ କନ୍ୟାକୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନେଇଥିଲେ। ସେଠାରେ ଶିଶୁଟିର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ତାକୁ ସଙ୍ଗେସଙ୍ଗେ କଟକ ବଡ଼ ମେଡ଼ିକାଲକୁ ସ୍ଥାନନ୍ତରିତ କରାଯାଇଥିଲା। ଏନେଇ ସେଠିକାର ବସ୍ତିବାସିନ୍ଦା ନୂଆପଲ୍ଲୀ ଥାନାକୁ ଫୋନ କରି ଜଣାଇବାରୁ ପୁଲିସ ସୁନାକୁ ଅଟକ ରଖିଛି।