କନକ ବ୍ୟୁରୋ: କୁନି ଝିଅର ଛାତିରେ ଦୁଇଟି କଣା । ନିଃଶ୍ୱାସ ନେବାକୁ କଷ୍ଟ ହେଉଛି, ଚାଲିବାକୁ ବି ବଳ ପାଉନି । ପଢିବାକୁ ଇଚ୍ଛା ଥିଲେ ବି ପଢିପାରୁନି । ଅନ୍ୟମାନଙ୍କୁ ଦେଖି କଷ୍ଟ ପାଉଛି । ଆଉ ତା କଷ୍ଟ ଦେଖି ବାପା, ମା’ ବି କଷ୍ଟ ପାଉଛନ୍ତି । ଝିଅକୁ ଚିକିତ୍ସା କରିବାକୁ ବି ପାଖରେ କାଣି କଉଡିଟେ ନାହିଁ । ଫଳରେ ଘର ଘର ବୁଲି ଭିକ ମାଗୁଛନ୍ତି ବାପା, ମା’ ।

Advertisment

ଏ ହେଉଛନ୍ତି ବାଲେଶ୍ୱର ବାଲିଆପାଳ ବ୍ଲକ ତାଳପଦା ଗାଁର ସମ୍ଭୁନାଥ ଦଳାଇ ଓ ପତ୍ନୀ ରୀନା ଦଳାଇ । ୫ ଝିଅ ଓ ବୁଢି ମା’ଙ୍କୁ ନେଇ ପରିବାର । ହେଲେ ୮ ପ୍ରାଣୀ କୁଟୁମ୍ପକୁ ପେଟକୁ ଦେବାକୁ ନା ଅଛି ନା ମୁଣ୍ଡ ଗୁଂଜିବାକୁ ଅଛି ଛପର ଖଣ୍ଡେ । ତା ସାଙ୍ଗକୁ ଦାଉ ସାଜୁଛି ବଡ ଝିଅର ରୋଗ । ଝିଅର ହାର୍ଟରେ ରହିଛି ୨ଟି ଛିଦ୍ର । ଡାକ୍ତରୀ ପରୀକ୍ଷାରୁ ଏହା ଜଣାପଡିବା ପରେ ଏବେ ହତାଶ ହୋଇପଡିଛନ୍ତି ଏ ପରିବାର । ଯେଉଁଠି ଖାଇବାକୁ କଂସାରେ ହାତ ବୁଲାଇବା ବେଳକୁ ଭାତ ଧରାପଡୁନି ସେଠି ଝିଅର ଅପରେସନ୍ କଥା ଭାବି ମୁଣ୍ଡ ବୁଲାଇଦେଉଛି । ବାହାର ହସ୍ପିଟାଲରେ ନେଇ ଝିଅର ହାର୍ଟ ଅପରେସନ୍ କରିବାକୁ ଅତି କମ୍ରେ ଦରକାର ୧୦ରୁ ୧୫ ଲକ୍ଷ ଟଙ୍କା । ହେଲେ ଏ ଘୋର ଅଭାବ ଭିତରେ ଏତେ ଟଙ୍କା ଯୋଗାଡ କରିବା ତାଙ୍କ ପକ୍ଷେ ଅସମ୍ଭବ । ତେଣୁ ବାଧ୍ୟ ହୋଇ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି ମା’ ରୀନା ଦଳାଇ । କାନ୍ଦି କାନ୍ଦି କରୁଛନ୍ତି ଗୁହାରୀ ।

ସାଙ୍ଗ ପିଲାମାନେ ସ୍କୁଲକୁ ଯିବାବେଳେ କୁନି ଝିଅ ଗାୟତ୍ରୀ ଶେଯରେ ପଡିରହି ସେମାନଙ୍କୁ ଜୁଳୁ ଜୁଳୁ କରି ଚାହିଁରହିଥାଏ । ତା’ର ବି ଇଚ୍ଛା ସ୍କୁଲ ଯିବ ପାଠ ପଢିବ । ହେଲେ ଦେହ ସାଥ୍ ଦେଉନି । ସେଥିପାଇଁ ସେ ମଧ୍ୟ ସରକାରଙ୍କୁ ସାହାଯ୍ୟ ପାଇଁ କରିଛିି ନିବେଦନ ।

ଗାୟତ୍ରୀଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିଲେ ଠିକଣା:

ନାମ : ରୀନା ଦଳାଇ

UCO Bank, Baliapal Branch

A/c No.-07780110067741

ifsc code- UBCA000778

 Mob.No – 8093653528