ମା ବନିଲା ରାକ୍ଷସୀ : ବାପଘରକୁ ଯିବାକୁ ସ୍ୱାମୀ ମନା କରିବାରୁ ଦୁଇ ଛୁଆଙ୍କୁ ହତ୍ୟା କଲା ମା

216

କନକ ବ୍ୟୁରୋ : ବାପଘରକୁ ଯିବାକୁ ସ୍ୱାମୀ ମନା କରିବାରୁ ଦୁଇ ଛୁଆଙ୍କୁ ହତ୍ୟା କଲା ମା | ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ଜାଲୋନରେ ଘଟିଛି । ଯେଉଁଠାରେ ଜଣେ ମା ନିଜର ଦୁଇ ନିରୀହ ଝିଅଙ୍କୁ ଗଳା ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଥିସହ ସେ ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିବାବେଳେ ସ୍ଥାନୀୟ ଲୋକ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛନ୍ତି |

ମିଳିଥିବା ସୂଚନା ମୁତାବକ ଜାଲୋନର କୋଟ୍ରା ପୁଲିସ ଷ୍ଟେସନ ଅଧୀନରେ ଥିବା ଚିରାବାଲି ଗାଁର ମହେନ୍ଦ୍ର ଅହିରୱାର ତାଙ୍କ ପତ୍ନୀ ପ୍ରମିଳା ଓ ଦୁଇ ଶିଶୁକନ୍ୟାଙ୍କ ସହ ରୁହନ୍ତି | ପ୍ରମିଳା ନିଜ ବାପଘରକୁ ଯିବାକୁ ବାହାରିଥିବାବେଳେ ମହେନ୍ଦ୍ର ତାଙ୍କୁ ମନା କରିଥିଲେ | ଦୁଇ ମାସ ପୂର୍ବେ ବାପା ଘରକୁ ଯାଇଥିବାରୁ ପୁଣି ଥରେ ନ ଯିବାକୁ ପତ୍ନୀଙ୍କୁ କହିଥିଲେ |

ଏହି ଘଟଣାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା | ଆଉ ସ୍ୱାମୀ ବାହାରକୁ ଯାଇଥିବାବେଳେ ପ୍ରମିଳା ଉତକ୍ଷିପ୍ତ ଦୁଇ କନ୍ୟା(୪ ବର୍ଷ ଓ ୧୦ ମାସ)ଙ୍କୁ ଗଳା ଚିପି ହତ୍ୟା କରିଥିଲେ | ଏହା ପରେ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲେ | ତେବେ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା | ସ୍ୱାମୀଙ୍କ ଅଭିଯୋଗ ପରେ ପୁଲିସ ଏବେ ମହିଳାଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି |