ସମ୍ବଲପୁରରୁ ଆସିଲା ଦୁର୍ଘଟଣାର ଲୋମ ଟାଙ୍କୁରା ଦୃଶ୍ୟ । ପଡ଼ିଆ ବାହାଲରେ ମା, ପୁଅକୁ ଚାପି ଦେଲା ଟ୍ରକ । ଘଟଣା ସ୍ଥଳରେ ଚାଲିଗଲା ଜୀବନ ।

2,759

କନକ ବ୍ୟୁରୋ : ସମ୍ବଲପୁରରୁ ଆସିଲା ଦୁର୍ଘଟଣାର ଲୋମ ଟାଙ୍କୁରା ଦୃଶ୍ୟ । ସମ୍ବଲପୁର ସଦର ଥାନା ଅନ୍ତର୍ଗତ ପଡିଆବାହାଲ ଠାରେ ମା ଓ ପୁଅକୁ ଚାପି ଦେଲା ଟ୍ରକ । ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଯାଇଛି । ମୃତକମାନ ବଦତୁରାଙ୍ଗ ଗାଁର ବୋଲି ଜଣାପଡିଛି ।

ମୃତ ମହିଳା ଟେଲର ଦୋକାନକୁ ଆସି ଫେରୁଥିବା ବେଳେ ସମ୍ବଲପୁରରୁ ଦେବଗଡକୁ ଯାଉଥିବା ଏକ ଟ୍ରକ ମାଆ ପୁଅ ଉପରେ ମାଡି ଯାଇଥିଲା । ଏହାକୁ ନେଇ ଘଟଣାସ୍ଥଳରେ ଉତେଜନା ଦେଖା ଦେଇଛି । ପୁଲିସ ଘଟଣାସ୍ଥଳରେ ପହଂଚି ଟ୍ରକକୁ ଜବତ କରି ତଦନ୍ତ କରୁଛି । ଅନ୍ୟପଟେ ଦୁର୍ଘଟଣା ଘଟିବା ପରେ ଟ୍ରକ ଡ୍ରାଇଭର ଫେରାର ହୋଇଯାଇଛି ।

ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ପୋଲିସ ଘଟଣାସ୍ଥଳ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ସହ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ।